ଗଜପତିରେ ଗଣେଶ ପୂଜା ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଗଜପତି ଜିଲ୍ଲାରେ ବିଘ୍ନରାଜ ଶ୍ରୀ ଗଣେଶଙ୍କ ପୂଜା ମହାସମାରୋହରେ ଓ ଅତ୍ୟନ୍ତ ଭକ୍ତିପୂତ ଭାବେ ଆଜି ପାଳିତ ହୋଇଛି. ଗଜପତି ଜିଲ୍ଲାର ମୋଟ ୭ଗୋଟି ବ୍ଲକ ଯଥା ମୋହନା, ଆର. ଉଦୟଗିରି, ନୂଆଗଡ, ରାୟଗଡା, ଗୋଷାଣୀ , ଗୁମ୍ମା, କାଶୀନଗର ଆଦି ବ୍ଲକ ସହ କାଶୀନଗର ଏନ ଏ ସି ରେ ଅତ୍ୟନ୍ତ ଜାକଜମକ ଭାବେ ଗଣେଷ ପୂଜା ଆରମ୍ଭ ହୋଇଯାଇଛି. ଗତ ୨ବର୍ଷ ଧରି କୋଭିଡ କଟକଣା ଯୋଗୁଁ ଗଣେଷ ପୂଜା ପାଳିତ ହୋଇପାରିନଥିଲା. ୨ବର୍ଷ ପରେ ବିନା କଟକଣାରେ ଗଣେଷ ପୂଜାକୁ ଗଜପତି ଜିଲ୍ଲା ରେ ମହାସମାରୋହରେ ପାଳିତ କରାଯାଇଛି. ପାରଳାଖେମୁଣ୍ଡି ସହରର କେଉଟ ସାହି, ରେଖନା ସାହି, ରାଜଦଣ୍ଡର ଦଲା ସାହି, ତେଲୁଗୁ ଷୁଣ୍ଡି ସାହି, କରଣ ସାହି, ବଡ ବ୍ରାହ୍ମଣ ସାହି, ଗୋପିନୀ ସାହି ଆଦି ପାରଳା ସହରର ପ୍ରାୟ ସମୟ ସାହି ସାହିରେ ଚଳିତ ଥର ଗଣେଷ ପୂଜାକୁ ପାଳନ କରାଯାଉଛି. ପାରଳାଖେମୁଣ୍ଡି କେଉଟ ସାହି ଗଣେଷ ପୂଜା କମିଟି ତରଫରୁ ରବି ବାବୁ ଜଣାଇଛନ୍ତି ଗତ ୨ବର୍ଷ କୋଭିଡ ଯୋଗୁଁ ଗଣେଷ ପୂଜା ପାଳନ କରାଯାଇନଥିଲା. ଚଳିତ ଥର ଅତ୍ୟନ୍ତ ଆଡମ୍ବର ଭାବେ ଗଣେଷ ପୂଜାକୁ ଉତ୍ସାହର ସହ ପାଳନ କରାଯାଉଛି. ଏହି ପୂଜା ୯ଦିନ ବ୍ୟାପୀ କେଉଟ ସାହିରେ ପାଳନ କରାଯିବ. ସେହିପରି ପାରଳାଖେମୁଣ୍ଡି ସହର ସମେତ ସମଗ୍ର ଜିଲ୍ଲାରେ ଚଳିତ ଥର ଗଣେଷ ପୂଜାକୁ ଶୃଙ୍ଖଳାର ସହ ଅତ୍ୟନ୍ତ ଆଡମ୍ବର ସହକାରେ ପାଳନ କରାଯାଉଥିବା ଲକ୍ଷ୍ୟ କରାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ