ଦୁଡୁଗାଁରେ ଅଗ୍ନିକାଣ୍ଡ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଦୁଡୁଗାଁରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ବଖରା ଘର ଜଳିଯିବା ସହିତ ୩ଟି ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୧୦ଟି ଗୋରୁ ଗାଈ ନିଆଁରେ ପୋଡିଯାଇ ଗୁରୁତର ଆହତ ହୋଇଛନ୍ତି । ସୁଚନାରୁ ଜଣାଯାଇଛି ଯେ ଗତକଲି ବିଳମ୍ବିତ ରାତିରେ ଦୁଡୁଗାଁ ଗ୍ରାମର ନିରଞ୍ଜନ ଶଙ୍ଖୁଆ ଓ ରାଜେନ୍ଦ୍ର ଶଙ୍ଖୁଆଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା । ପରିବାର ଲୋକେ ଶୋଇଥିବା ଅବସ୍ଥାରେ ନିଆଁ ଲାଗିଥିବାରୁ ପରିବାର ଲୋକେ ଜୀବନ ବିକଳରେ ବାହାରକୁ ଦୌଡି ପଳାଇ ଆସି ନିଜ ନିଜର ଜୀବନ ବଞ୍ଚାଇଥିଲେ । କିନ୍ତୁ ଗୁହାଳ ଘରେ ବନ୍ଧା ହୋଇଥିବା ଗୋରୁ ଗାଈ ମାନଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇପାରି ନଥିଲେ । ଗାଁ ଲୋକେ ମିଳିମିଶି ନିଆଁକୁ ଆୟତ କରିଥିବାବେଳେ ଦମକଳ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଲିଭାଇଥିଲା । ଏହି ଅଗ୍ନିକାଣ୍ଡରେ ୩ଗୋରୁ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ୧୦ଟି ଗୋରୁ ଗାଈ ଗୁରୁତର ଅୋହତ ହୋଇଛନ୍ତି । ଖବରପାଇ ହାଟଡିହିର ଅତିରିକ୍ତ ତହସିଲଦାର ରଶ୍ମୀରଞ୍ଜନ ଦାସ, ସମଣାର ରାଜସ୍ୱ ନିରୀକ୍ଷକ ରାଜକିଶୋର ଜେନା ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ସେମାନଙ୍କୁ ପଲିଥିନି ଯୋଗାଇ ଦେଇଥିବାବେଳେ ସ୍ଥାନୀୟ ସରପଞ୍ଚ ଜଗବନ୍ଧୁ କାଣ୍ଡି ପହଞ୍ଚି ବିପନ୍ନ ପରିବାରଙ୍କ ସହ ଆଲୋଚନା କରି ସେମାନଙ୍କୁ ଚୁଡା, ଚିନି, ଚାୁଳ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି । ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ସେହିପରି ମରୈଗାଁ ପ୍ରାଣୀ ଚିକିତ୍ସାଳୟର ଡାକ୍ତର ପହଞ୍ଚି ଆହତ ଓ ଗୁରୁତର ଥିବା ଗାଈଗୋରୁ ମାନଙ୍କ ଚିକିତ୍ସା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ