କେନ୍ଦ୍ରାପଡା ପୈାରନିର୍ବାହୀ ଅଧିକାରୀଙ୍କୁ ଜନ୍ମଦିନର ଶୁଭେଛା ଜଣାଇଲେ ପୈାରାଧ୍ୟକ୍ଷା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ଜନ୍ମଦିନ ଅବସରରେ ତାଙ୍କ କାର୍ଯ୍ୟାଳୟ ପରିସରରେ ପୈାରାଧ୍ୟକ୍ଷା ସରିତା ସାହୁ ସାକ୍ଷାତ କରି ପୁଷ୍ପଗୁଛ ପ୍ରଦାନ କରି ଶୁଭେଛା ଜଣାଇବା ସହ ଶ୍ରୀ ବଳଙ୍କ ଦୀର୍ଗ ନିରାମୟ ଜୀବନର କାମନା କରିଥିଲେ । ଏଥିସହିତ କେନ୍ଦ୍ରାପଡା ପୈାର ପରିଷଦର ବିଭିନ୍ନ ୱାର୍ଡର କାଉନସିଲରମାନଙ୍କ ସମେତ ପୈାର କର୍ମଚାରୀମାନେ ମଧ୍ୟ ଶ୍ରୀ ବଳଙ୍କୁ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଶୁଭେଛା ଜଣାଇଥିଲେ । ଏହାବ୍ୟତିତ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ମଧ୍ୟ ପୁଷ୍ପଗଛ ପ୍ରଦାନ କରି ଶ୍ରୀ ବଳଙ୍କୁ ଜନ୍ମଦିନର ଶୁଭେଛା ଜଣାଇଥିଲେ


