ମିନକେତନ ପରିବାରକୁ ରେଡକ୍ରସରୁ ସହାୟତାରାଶି ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ସାଙ୍ଗ ମାନଙ୍କ ସହ ଗାଧୋଇବାକୁ ଯାଇ ଡିଆଁ ଶଙ୍ଖ ପାଣି ସ୍ରୋତରେ ଭାସି ମୃତ୍ୟୁ ବରଣ କରିଥିବା ଛତ୍ରପୁର ଦେବୀନଗର ଅଚଂଳର ସ୍ବର୍ଗତ ମିନକେତନ ମହାରଣା ପରିବାରକୁ ରେଡକ୍ରସ ପକ୍ଷରୁ ସହୟତା ପ୍ରଦାନ କରିଛି ଜିଲାପ୍ରଶାସନ । ଆଜି ଛତ୍ରପୁର ଉପଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ, ଛତ୍ରପୁର ଅମିନ ତପନ ଦାଶ,ସୁପରଭାଇଜର ଜି.ହରିକିଷ୍ଣା ପ୍ରମୁଖ ମୃତକ ଙ୍କ ବାସଭବନରେ ପହଂଚି ତାଙ୍କ ମା ନର୍ମଦା ମହାରଣାଙ୍କୁ ରେଡକ୍ରସ ଫଣ୍ଡରୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଆଗାମି ଦିନରେ ପାଣିରି ବୁଡି ମୃତ୍ୟୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପରିବାର ବର୍ଗକୁ କହିଥିଲେ । ସୂଚନା ଥାଉକି ଅଗଷ୍ଟ ୯ ତାରିଖରେ ମିନକେତନ ସମେତ ୫ରୁ ୬ ଜଣ ସାଙ୍ଗ ମିଶି ଛତ୍ରପୁର ବ୍ଲକ ପୋଟଲାମପୁର ପଚାଂୟତ ଅଧିନ ସରଭିମପୁର ଗ୍ରାମ ନିକଟରେ ଥିବା ଡିଆଁ ଶଙ୍ଖ(ଏକ ଛୋଟିଆ ଡ୍ୟାମ) କୁ ବୁଲିବାକୁ ଯାଇ ସେଠାରେ ଗାଧୋଉଥିଲେ । ପାଣି ସ୍ରୋତ ଅଧିକ ଥିବାରୁ ପାଣିରେ ମିନକେତନ ଭାସିଯାଇଥିଲେ । ୧୧ ତାରିଖରେ ବଡଶଙ୍ଖରୁ ମୃତ୍ୟୁ ଦେହ ଉଦ୍ଧାର ହୋଇଥିଲା । ମିନକତେନ ଛତ୍ରପୁର ଡିଆରଡିଏ କାର୍ଯ୍ୟାଳୟରେ ଜଣେ ଠିକା କର୍ମଚାରୀ ଭାବେ କାମ କରୁଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ