ମା ମରଚାଇ ଯୁବକ ସଂଘ ଓ ବିକେ ହାଇସ୍କୁଲ ଛାତ୍ରସଂଘପକ୍ଷରୁ ରକ୍ତଦାନ ଶିବିର

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ମରଚାଇପଦା ସରକାରୀ ଉପ୍ରା ବିଦ୍ୟାଳୟରେ ସମ୍ବାଦ ଆମ ଓଡିଶା, ମା ମରଚାଇ ଯୁବକ ସଂଘ ଓ ବିକେ ହାଇସ୍କୁଲ ଛାତ୍ର ସଂଘ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଦ୍ୱାଦଶ ବାର୍ଷିକ ଗଣେଶପୂଜା ଉପଲକ୍ଷେ ମା ମରଚାଇ ଯୁବକସଂଘ ପକ୍ଷରୁ ପ୍ରଥମଥର ପାଇଁ ରକ୍ତଦାନ କାର୍ଯ୍ୟକ୍ରମ ଭଳି ଏକ ସୁନ୍ଦର କାର୍ଯ୍ୟକ୍ରମକୁ ଆପଣେଇଥିଲେ । ଆମ ଓଡିଶାର ସଂଯୋଜକ ତଥା ସମ୍ବାଦ ପ୍ରତିନିଧି କିଶୋର ଆଚାର୍ଯ୍ୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରୁ ମୋଟ ୨୮ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ଭଦ୍ରକ ରକ୍ତଭଣ୍ଡାରର ଡାକ୍ତର ଓ କର୍ମଚାରୀ ମାନେ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗୃହୀତ କରିଥିଲେ । ସୋସୋ ପଞ୍ଚାୟତର ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ ନିଜେ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ମା ମରଚାଇ ଯୁବକସଂଘର ଉପଦେ୍ଦଷ୍ଟା ବେଣୁଧର ଭୋଇ, ମଦନ ହାତୀ, ରତିକାନ୍ତ ବିଶ୍ୱାଳ, ଗୟାଧର ଭୋଇ, କାଳନ୍ଦୀ ଭୋଇ, ରଘୁନାଥ ବିଶ୍ୱାଳ, ଛାତ୍ରସଂଘର ଜ୍ୟୋତି ରଞ୍ଜନ ପାଣିଗ୍ରାହୀ, କ୍ଲବ ସଦସ୍ୟ ଦେବେନ୍ଦ୍ର ଭୋଇ, ସରୋଜ ଜେନା, ଦିନେଶ ଭୋଇ, ରାଜେଶ ଭୋଇ, ସୁବ୍ରତ ଭୋଇ, ଲାଲାଟେନ୍ଦୁ ଭୋଇ, ସୁଶିଲ ଭୋଇ, ଶୁଭ ଭୋଇ,ପ୍ରଦୀପ ରାଉତ, ହିତେଶ ଭୋଇ, ବିରୁପାକ୍ଷ ଭୋଇ, ଓଁକାର ଭୋଇ, ସମିର ବିଶ୍ୱାଳ, ସୁନିଲ ବିଶ୍ୱାଳ, ବିବେକାନନ୍ଦ ବିଶ୍ୱାଳ, ତନ୍ମୟ ବିଶ୍ୱାଳ, ରଶ୍ମୀରଞ୍ଜନ ଭୋଇ, ରଜତ ଭୋଇ, ସତ୍ୟ ରଞ୍ଜନ ଭୋଇ, ସୌମ୍ୟ ବିଶ୍ୱାଳ, ବାସୁଦେବ ବିଶ୍ୱାଳ, ମନ୍ମୟ ହାତୀ, ଚିନ୍ମୟ ହାତୀ, ସଞ୍ଜୟ ହାତୀ, ବିଜୟ ହାତୀ, ପ୍ରମୁଖ ଉପସ୍ଥିତ ହୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରକ୍ତଦାତା ଜୀବନଦାତା- ଦେବେନ୍ଦ୍ର ଭୋଇ, ବୈଲୋଚନ ନାୟକ, ବିବେକାନନ୍ଦ ବିଶ୍ୱାଳ, ବେଣୁଧର ଭୋଇ, ଚିନ୍ମୟ ହାତୀ, ମନ୍ମୟ ହାତୀ, ଅବିନାଶ ରାଉତ, ରଜତ ଭୋଇ, କୃଷ୍ଣ ମିତାଲି ମହାନ୍ତି, ଶ୍ୱେତସ୍ୱୀନୀ ରାଉତ, ସତ୍ୟଜିତ ନାୟକ, ହିତେଶ କୁମାର ଭୋଇ, ଦିବ୍ୟ ରଞ୍ଜନ ରାଉତ, ଓଁକାର ଭୋଇ, ଆରତୀ ବେହେରା, ଅଜୟ ପାତ୍ର, ପୁର୍ଣ୍ଣଚନ୍ଦ୍ର ଡଗରା, ପ୍ରଶାନ୍ତ କୁମାର ସେନ, ଜ୍ୟୋତି ରଞ୍ଜନ ପାଣିଗ୍ରାହୀ, ଉଦୟେନୁ ସାହୁ, ପୁଷ୍ପଲତା ଖମାରୀ, ସମିତା ରାଉତ, ଅମୀୟ ରଞ୍ଜନ ରାଉତ, ଜେ.ଆର.ପ୍ରତିକ ମନୋହର, ତୁଷାର ରଞ୍ଜନ ଭୁତିଆ, କମଳାକାନ୍ତ ସା, ଅମନ ରାଉତ, ପ୍ରଭୁଚନ୍ଦନ ରାଉତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ