ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ
ନିମାପଡା, (ସନ୍ତୋଷ ଦାଶ):ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧା କ୍ରିଷ୍ଣନଙ୍କ ଜନ୍ମ ଦିବସକୁ ସାରା ଦେଶରେ ଗୁରୁଦିବସ ଭାବେ ପାଳନ କରାଯାଉଛି । ଆଜି ପୁରୀ ଜିଲ୍ଲା କାକଟପୁର ନୋଡାଲ ଉଚ୍ଚବିଦ୍ୟାଳୟ ପରିସରରେ ଗୁରୁଦିବସ ଅବସର ରେ ଏକ ଗୁରୁପୂଜନ ଏବଂ ପୋଷାକ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଲକ୍ଷ୍ମୀଧର ଖୁଣ୍ଟିଆ ଯୋଗଦେଇ ଗୁରୁଶିଷ୍ୟର ପରମ୍ପରା ଉପରେ ମତବ୍ୟକ୍ତ କରିଥିଲେ l ସମ୍ମାନିତ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ମନ୍ଦରଧର ମହାନ୍ତି,ସମାଜସେବୀ ନିରୋଦ ବରଣ ମହାନ୍ତି, ଶିକ୍ଷାବିତ ସ୍ଵପ୍ନେଶ୍ଵର ସାହୁ, କାକଟପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ରାଉତ, ସ୍କୁଲ ପରିଚାଳନା କମିଟି ଚେୟାରମ୍ୟାନ ଧୀରେନ୍ଦ୍ର ଚାନ୍ଦ,ଶିକ୍ଷାବିତ ଭୋଳାନାଥ ସାହୁ, ଯୁବନେତା ଶଙ୍କର ପ୍ରସାଦ ସାହୁ, ସହକାରୀ ଶିକ୍ଷକ ପୀତବାସ ଦୀକ୍ଷିତ ପ୍ରମୁଖ ଯୋଗଦେଇ ସର୍ବପଲ୍ଲୀ ରାଧାକ୍ରୀଷ୍ଣ ଙ୍କ ଜୀବନୀ ଓ ସମାଜରେ ଗୁରୁଶିଷ୍ୟଙ୍କ ପରମ୍ପରା ଓ ସମାଜରେ ଉତ୍ତମ ଛାତ୍ର ହେବାପାଇଁ ଉତ୍ତମ ଗୁରୁଙ୍କର ଆବଶ୍ୟକତା ଅଛି ବୋଲି ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ l ପରିଶେଷରେ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବିତରଣ କରାଯାଇଥିଲା ।କାର୍ଯ୍ୟକ୍ରମ ପରେ ପିଲାମାନେ ଗୁରୁ ଓ ଗୁରୁମା ମାନଙ୍କୁ ପୂଜା କରି ଆଶ୍ରିବାଦ ଭିକ୍ଷା ଗ୍ରହଣ କରିଥିଲେ।


