ନିମାପଡ଼ା ର ଈଶ୍ୱର ଚନ୍ଦ୍ର ନାୟକ ପାଇଲେ ରାଷ୍ଟ୍ରପତି ପୁରସ୍କାର

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଗୁରୁଦିବସ। ଦେଶ ର ୪୬ ଜଣ କୃତୀ ଶିକ୍ଷକ ଙ୍କୁ ରାଷ୍ଟ୍ରପତି ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ଆମ ରାଜ୍ୟ ଓଡିଶା ରୁ ଏକମାତ୍ର ପୁରୀ ଜିଲ୍ଲା ନିମାପଡା ବ୍ଲକ ଶଗଡ଼ା ପଞ୍ଚାୟତ କନପୁର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକ ଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି। ଇଶ୍ଵର ସମ୍ମାନିତ ହେବା ପରେ ତାଙ୍କ ଛାତ୍ର, ଛାତ୍ରୀ, ସହପାଠୀ ଓ ଗ୍ରାମବାସୀ ବେଶ ଖୁସୀ ମନାଇଛନ୍ତି। ସେ ପୂର୍ବରୁ ମଧ୍ୟ ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି। ନିକଟରେ ତାଙ୍କ ଲିଖିତ ପୁସ୍ତକ ‘ ଅଳିଆ ରୁ ଅ ଆ ‘ ଜାତୀୟ ପୁରସ୍କାର ର ମାନ୍ୟତା ପାଇଛି। ଗତ ୨୦୧୬ ମସିହା ରେ ଈଶ୍ୱର ଚନ୍ଦ୍ର ରାଜ୍ୟ ଶିକ୍ଷକ ପୁରସ୍କାର ପାଇଥିଲେ। ଶିକ୍ଷକତା ସହ ସେ ସମାଜ ସେବା, ପୁସ୍ତକ ଓ ନିବନ୍ଧ ଲେଖିବାରେ ବ୍ୟସ୍ତ ରହିଛନ୍ତି। ନିଜ ଗ୍ରାମ ବାଙ୍ଗୁରୁଷ ପାଟଣା ରେ ସେ ଷ୍ଟୁଡେଣ୍ଟ୍ ନଲେଜ ସେଣ୍ଟର ଓ ଲାଇବ୍ରେରୀ ପ୍ରତିଷ୍ଠା କରିଚନ୍ତି। ଏହି ନଲେଜ ସେଣ୍ଟର ରେ ପ୍ରାଥମିକ ଶ୍ରେଣୀ ର ଛାତ୍ର ଛାତ୍ରୀ ଙ୍କୁ ମାଗଣା ରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯାଉଛି। ଆଜି ଦିଲ୍ଲୀ ବିଜ୍ଞାନ ଭବନ ରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ଉତ୍ସବ ରେ ଈଶ୍ୱର ଚନ୍ଦ୍ର ନାୟକ ରାଷ୍ଟ୍ରପତି ଙ୍କ ଠାରୁ ଜାତୀୟ ଶିକ୍ଷକ ପୁରସ୍କାର ଗ୍ରହଣ କରିଥିଲେ । ଓଡ଼ିଶା ରୁ ସେ ଏକମାତ୍ର ଶିକ୍ଷକ ଭାବେ ଏହି ପୁରସ୍କାର ଗ୍ରହଣ କରିବାକୁ ଥିବାରୁ ତାଙ୍କ ପାଇଁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ଖୁସିବ୍ୟକ୍ତ କରିବା ସହ ଈଶ୍ୱର ସାରା ରାଜ୍ୟ ଓ ଆମ ନିମାପଡ଼ା ଅଞ୍ଚଳ ର ଗର୍ବ ଓ ଗୌରବ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ