ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନୀତ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲା ଜିଲ୍ଲା ବିଜେଡି ଲିଗାଲଫ୍ରଣ୍ଟ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଦେଶର ଶ୍ରେଷ୍ଠ ପ୍ରଶାସକ, ନିସ୍ୱାର୍ଥପର ସେବକ, ଅସାଧାରଣ ନେତୃତ୍ୱ, ଉଲ୍ଲେଖନୀୟ ସେବାର ପ୍ରତୀକ ତଥା ଭାରତ ବର୍ଷର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନୀତ କରାଯାଇଥିବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ବିଜେଡି ଲିଗାଲପ୍ରଂଣ୍ଟ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି । ମଙ୍ଗଳବାର ଅପରାହ୍ନରେ କେନ୍ଦ୍ରାପଡା ପୁରୁଣା ଜିଲ୍ଲା ଅଦାଲତ ପରିସରରେ ରାଜ୍ୟ ବିଜେଡି ଲିଗାଲଫ୍ରଣ୍ଟର କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ କୁମାର ଜେନାଙ୍କ ନେତୃତ୍ୱରେ ଜିଲ୍ଲା ଓକିଲ ସଂଘର ପ୍ରାକ୍ତନ ସଭାପତି ଆଶୁତୋଷ ମହାନ୍ତି, ପୂର୍ବତନ ସାଧାରଣ ସମ୍ପାଦକ ସେକ ଅଜିମୁଦ୍ଦିନ, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ଗୋବର୍ଦ୍ଧନ ରାଉତ, ବ୍ରଜସୁନ୍ଦର ରାଉତ, ଅରୁଣ ପ୍ରସାଦ ଦାସ, ମନୋଜ ସାହୁ, ତ୍ରିଲୋଚନ ନାୟକ, ନିରଞ୍ଜନ ବଳ, ମାନସ ରଞ୍ଜନ ଧଳ, ରଞ୍ଜନ କୁମାର ପଣ୍ଡା, ଶେଷଦେବ ପ୍ରସାଦ ଦାସ, ସୁରେଶ ଚନ୍ଦ୍ର ନାୟକ, ମୀର ଅଫସର ଅଲ୍ଲୀ ବକ୍ସ, ସ୍ମୃତିରଞ୍ଜନ ସିଂ, ରମାକାନ୍ତ ସ୍ୱାଇଁ, ଉମାକାନ୍ତ ଲେଙ୍କା, ବିଜୟ କୁମାର ପରିଡା, ଅକ୍ଷୟ କୁମାର ନାଥ, ରମାକାନ୍ତ କାନୁନଗୋ, ସୁବାଷ ଚୈାଧୁରୀ, ବିରେନ୍ଦ୍ର ଦାସ, ନିଳକଣ୍ଠ ପାତ୍ର, ଚୈତନ୍ୟ ମଲିକ, ମହେନ୍ଦ୍ର କୁମାର ମଲିକ, ସତ୍ୟବ୍ରତ ସିଂ, କୁଞ୍ଜ ବି÷ହାରୀ ପରିଡାଙ୍କ ସମେତ ବହୁ ଆଇନଜୀବୀ ଯୋଗଦେଇ ପରସ୍ପରଙ୍କୁ ମିଷ୍ଠାନ୍ନ ଖୁଆଇ ଏହି ଖୁସି ପାଳନ କରିବା ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ