ରାଷ୍ଟ୍ର ଗଠନରେ ଗୁରୁଙ୍କ ଭୂମିକା ଅବିସ୍ମରଣୀୟ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶିଭମ୍ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର, ଚିନ୍ତାମଣିଶ୍ୱରଠାରେ ଗୁରୁଦିବସ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଶିକ୍ଷାବିତ୍‌, ପୂର୍ବତନ ରାଷ୍ଟ୍ରପତି, ଭାରତ ରତ୍ନ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣାନ୍‌ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ସ୍ମୃତିଚାରଣ କରି ନିର୍ଦ୍ଦେଶକ ମଦନ ମୋହନ ପାଢ଼ୀ, ଅଧ୍ୟକ୍ଷା ଶଶୀରେଖା ସାହୁ, ଅତିଥି ଭାବେ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ଜନସେବକ ଫାଉଣ୍ଡେସନ୍‌ର ସମ୍ପାଦକ ସୁରେନ୍ଦ୍ର କୁମାର ସାହୁ ମତବ୍ୟକ୍ତ କରି କହିଥିଲେ ଯେ, ରାଷ୍ଟ୍ରର ନିର୍ମାଣରେ ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବା ସହିତ ବିଦ୍ୟାର୍ଥୀମାନେ ନିଜ ଉପରେ ବିଶ୍ୱାସ ରଖି ସଠିକ୍ କର୍ମ କରିବା ସହିତ ଗୁରୁଙ୍କ ପରାମର୍ଶ ଓ ଜ୍ଞାନ ଗ୍ରହଣ କରି ତାକୁ ନିଜ କର୍ମକ୍ଷେତ୍ରରେ ବିନିଯୋଗ କରନ୍ତୁ । ବିଦ୍ୟାର୍ଥୀମାନେ ଗୁରୁ ଓ ଗୁରୁମାଙ୍କୁ ପୂଜା କରିବା ସହ ସେମାନଙ୍କ ଆଶୀର୍ବାଦ ନେଇଥିଲେ । ଏହି ଅବସରରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ବକ୍ତୃତା, ରଚନା ଲେଖନ ଓ ନୃତ୍ୟର ପ୍ରତିଯୋଗିତା କରାଯାଇଥିଲା । ଗୀତିକାର, କଣ୍ଠଶିଳ୍ପୀ ମନୋଜ ଧନ୍ୟବାଦ ଅର୍ପଣ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ମିଲନ, ସତ୍ୟ, ଶୁଚିସ୍ମିତା ପ୍ରମୁଖ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ