ଓଡିଶା ପ୍ରଶାସନିକ ଅଧିକାରୀଙ୍କୁ ମହେଶ କର ସ୍ମୃତି ସମ୍ମାନ ପ୍ରଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଓଡିଶା ପ୍ରଶାସନିକ ସେବା ଅଧିକାରୀ ହରପ୍ରିୟା ପୃଷ୍ଟିଙ୍କୁ ତାଙ୍କ ଡେରାବିଶ ବ୍ଲକ ଅନ୍ତର୍ଗତ ସବଳଙ୍ଗ (କଣିପଡା)ସ୍ଥିତ ବାସଭବନରେ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସ୍ୱର୍ଗତ ମହେଶ କର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଛି । ସୁଶ୍ରୀ ପୃଷ୍ଟି ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜଣ୍ମ ଗ୍ରହଣ କରିଥିଲେ ମଧ୍ୟ ଶିକ୍ଷା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦିତ କରିବା ସହ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତ୍ତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଆମ ଜିଲ୍ଲା ପାଇଁ ଗର୍ବ ଓ ଗୈାରବ ଆଣି ଦେଇଛନ୍ତି । ତେଣୁ ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ସଭାପତି ପ୍ରଦୀପ କୁମାର ମହାନ୍ତି ଓ ସଭ୍ୟ ତଥା ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ତାଙ୍କ ସବଳଙ୍ଗସ୍ଥିତ ବାସଭବନରେ ପହଞ୍ଚି ସୁଶ୍ରୀ ପୃଷ୍ଟିକୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱର୍ଗତ ମହେଶ କର ସ୍ମୃତି ସମ୍ମାନରେ ସମ୍ମାନିତ କରିବା ସହ ତାଙ୍କର ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ ।


