ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ଅହିଂଶା ରଥକୁ ଭବ୍ୟ ସମ୍ବର୍ଦ୍ଧନା, ସମସ୍ତଙ୍କ ହାତରେ ଝଲସିଲା ତ୍ରୀରଙ୍ଗା
ହାଟଡ଼ିହି, (ବିକାଶ ବିଶ୍ୱାଳ):ସ୍ୱାଧୀନତାର ୭୫ବର୍ଷ ପୁର୍ତ୍ତୀ ଅବସରରେ ସମଗ୍ର ରାଜ୍ୟରେ ଅହିଂଶା ରଥ ପରିକ୍ରମା କରୁଥିବାବେଳେ ଆଜି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ ଏହି ଅହିଂଶା ରଥ ପରିକ୍ରମା କରିଛି । ବ୍ଲକ କାର୍ଯ୍ୟାଳୟ ସମେତ ଓରାଳି ପଞ୍ଚାୟତ, ଶାସଙ୍ଗ ହାଇସ୍କୁଲ ଓ ବଞ୍ଚୋ ପଞ୍ଚାୟତ ପକ୍ଷରୁ ଏହି ଅହିଂଶା ରଥକୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ତôବାବେଳେ ପ୍ରତି ପଞ୍ଚାୟତରେ ସ୍ୱାଗତ ବେଳେ ସମସ୍ତଙ୍କ ହାତରେ ତ୍ରୀରଙ୍ଗା ପତାକା ଶୋଭା ପାଉଥିବା ଦେଖିବାକୁ ମିଳିଥିଲା । ନିର୍ଦ୍ଧାରିତ ସମୟ ଠାରୁ ଦୁଇଘଣ୍ଟା ବିଳମ୍ବରେ ଅଂହିଶା ରଥ ବ୍ଲକ କାର୍ଯ୍ୟାଳୟ ନିକଟରେ ପହଞ୍ଚିବାପରେ ବିଡିଓ ବିନିତା ବିଜୟିନୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ ସଦସ୍ୟ ତଥା ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଜିଲ୍ଲାପରିଷଦ ସଦସ୍ୟା କୌଶଲ୍ୟା ସେଠୀ, ସୁକାନ୍ତୀ ଜେନାଙ୍କ ସମେତ ହାଟଡିହି ସରପଞ୍ଚ ଚିନ୍ମୟ ନାୟକ, ଇଞ୍ଚୋଳ ସରପଞ୍ଚ ସଶ୍ମିତା ମହାପାତ୍ର, ବିଜୟ ମହାପାତ୍ରଙ୍କ ସମେତ ସମସ୍ତ ପଞ୍ଚାୟତର ସମିତିସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହି ରଥକୁ ବନ୍ଦାପନା କରି ବ୍ଲକ ପରିସରକୁ ସ୍ୱାଗତ କରିଥିଲେ । ଏହି ଅବସରରେ ଜଳକଳଙ୍ଗ ଓ ଶିଶୁମନ୍ଦିରର ଛାତ୍ରଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରିଥିବାବେଳେ ବ୍ଲକର ସହକାରୀ ନିର୍ବାହୀଯନ୍ତ୍ରୀ ତପନ କୁମାର ପଲେଇ,ବିଜୟ କୁମାର ମଲ୍ଲିକ, କନିଷ୍ଠଯନ୍ତ୍ରୀ ରବିନ୍ଦ୍ର କୁମାର ସୋରେନ, ସୁକାନ୍ତ ନାୟକ, ଜ୍ୟୋତି ରଞ୍ଜନ ସାମନ୍ତରାୟ, ଶ୍ରଦ୍ଧାଞ୍ଜଳୀ ସାହୁ, ସଞ୍ଜୁକ୍ତା ବେହୁରିଆ, ସମେତ ବ୍ଲକର ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରେ ଏହି ରଥ ଓରାଳିରେ ପହଞ୍ଚିବାପରେ ଓରାଳି ସରପଞ୍ଚ ହରିଶ୍ଚନ୍ଦ୍ର ଜେନା, ସମିତିସଭ୍ୟ ଦେବବ୍ରତ ବେହେରାଙ୍କ ସମେତ ଶତାଧିକ ଗ୍ରାମବାସୀ, ଛାତ୍ରଛାତ୍ରୀ ଙ୍କ ପକ୍ଷରୁ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ରାମନବମୀ ପଡିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଓରାଳି ସ୍କୁଲ ସମୁହର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦେଶାତ୍ମକବୋଧ ନୃତ୍ୟ ସଂଗୀତ ପରିବେଷଣ ହୋଇଥିଲା । ପରେ ଏହି ରଥ ଶାସଙ୍ଗ ପଞ୍ଚାୟତ ହାଇସ୍କୁଲକୁ ଆସିବା ବାଟରେ ଶାସଙ୍ଗ ଛକ ନିକଟରେ ପଞ୍ଚାୟତ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସରପଞ୍ଚମଧୁମିତା ସ୍ୱାଇଁ, ସମିତିସଭ୍ୟ ଜଗଦାନନ୍ଦ ଜେନା, ସହକାରୀନିର୍ବାହୀଯନ୍ତ୍ରୀ ତପନ କୁମାର ପଲେଇ, କନିଷ୍ଠଯନ୍ତ୍ରୀ ରବିନ୍ଦ୍ର କୁମାର ସୋରେନ, ପିଇଓ ଶରତ କୁମାର ବେଜ, ଜିଆରଏସ ସବିତା ରାଉତ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହିତ ବିଭିନ୍ନ ମହିଳା ସ୍ୱୟସହାୟକ ଗୋଷ୍ଠୀର ମା ମାନେ ରଥକୁ ବନ୍ଦାପନା କରି ହାଇସ୍କୁଲକୁ ପ୍ରବେଶ କରାଇଥିଲେ । ପରେ ବିଭିନ୍ନ ମହିଳା ଗୋଷ୍ଠୀର ମା ମାନଙ୍କ କଳଶ ଶୋଭାଯାତ୍ରା, ଶାସଙ୍ଗ ହାଇସ୍କୁଲର ଏନସିସି ଛାତ୍ରଛାତ୍ରୀଙ୍କ ପ୍ୟାରେଡ ଅଭିଭାଦନ ଓ ଅନ୍ୟ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମକବୋଧ ସଂଗୀତ ଗାନ ସହ ବିଭିନ୍ନ ଶ୍ଳୋଗାନ ମାଧ୍ୟମରେ ଅହିଂଶା ରଥକୁ ସ୍କୁଲ ନିକଟକୁ ପାଛୋଟି ନେଇଥିଲେ । ଏହି ଶୋଭାଯାତ୍ରାରେ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟସଭ୍ୟା ଏବଂ ପଞ୍ଚାୟତବାସୀ ସାମିଲ ହୋଇଥିଲେ । ସେଠାରେ ପ୍ରଧାନ ଶିକ୍ଷକ ନବ କିଶୋର ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଡିଓ ବିନୀତା ବିଜୟିନୀ, ତହସିଲଦାର ଦିଲ୍ଲିପ କୁମାର ସାହୁ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଅହିଂଶା ରଥ ପ୍ରରିକ୍ରମା ସମ୍ପର୍କରେ ମତବ୍ୟକ୍ତ କରି ଲୋକମାନଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନେ ଦେଶାତ୍ମୋକ ବୋଧ ନୃତ୍ୟ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରାଥିଲେ । ଶାସଙ୍ଗ ହାଇସ୍କୁଲର ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପରେ ଏହି ରଥ ବଞ୍ଚୋ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ପହଞ୍ଚିବାପରେ ଗ୍ରାମବାସୀଙ୍କ ପକ୍ଷରୁ ଫୁଲ ଚନ୍ଦନ ଓ ଧୁପ ଦ୍ୱୀପ ଦ୍ୱାରା ରଥକୁ ସ୍ୱାଗତ କରାଯାଇଥିଲା । ପରେ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରା ମାଧ୍ୟମରେ ପଞ୍ଚାୟତ କାର୍ଯ୍ୟାଳୟ ନିକଟକୁ ପାଛୋଟି ନେଇଥିଲେ । ବଞ୍ଚୋ ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ରାଉତ(ଅମର)ଙ୍କ ସମେତ ନାଏବ ସରପଞ୍ଚ ସଞ୍ଜୁକ୍ତା ବେହେରାଙ୍କ ସମେତ ସମସ୍ତ ୱାର୍ଡସଭ୍ୟସଭ୍ୟା, ଛାତ୍ରଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ସାମିଲ ହୋଇଥିବାବେଳେ ମନ୍ଦିର ପଣ୍ଡିତ ମାନଙ୍କ ଦ୍ୱାରା ବେଦପଠ କରାଯାଇଥିଲା । ପରେ ଆୟୋଜିତ ସରପଞ୍ଚ ପ୍ରଶାନ୍ତ କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସଭାରେ ଅତିଥିମାନେ ସ୍ୱାଧୀନତାର ୭୫ତମ ପୁର୍ତ୍ତୀ ଅବସରରେ ଚାଲୁ ରହିଥିବା ଏହି ଅଂହିଶା ରଥ ପରିକ୍ରମାର ଉଦେ୍ଦଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପିଇଓ ନରହରି ନାୟକ, ଜିଆରଏସ ସୌଭାଗିନୀ ରାୟ ସର୍ଦ୍ଦାର ଓ ପଞ୍ଚାୟତର ଅନେକ ଯୁବଛାତ୍ର ସଂଗଠନ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିପାଇଁ ପ୍ରତି ପଞ୍ଚାୟତ ମାନଙ୍କରେ ସଦୃଶ୍ୟ ତୋରଣ ସହ ରଥର ପ୍ରବେଶ ପାଥ ମାନଙ୍କରେ ଝୋଟି, ମୁରୁଜରେ ବିଭିନ୍ନ ଚିତ୍ର ଆଙ୍କି