ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଅଗ୍ନି ନିରାପତ୍ତା ତାଲିମ ଶିବିର

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବୃନ୍ଦଙ୍କୁ ସେପ୍ଟେମ୍ବର ୮ ତାରିଖ ଦିନ ଅଗ୍ନି ନିରାପତ୍ତା ତାଲିମ ପ୍ରଦାନ କରାଯାଇଛି। ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଯୁବ ରେଡକ୍ରସ ସଂସ୍ଥା ( YRC ) ଓ ରାଷ୍ଟ୍ରୀୟ ସେବା ଯୋଜନା ( NSS ) ଆନୁକୂଲ୍ୟରେ କଲେଜ ପରିସରରେ ଅଗ୍ନି ନିରାପତ୍ତା ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା। ତାଲିମ ଶିବିରକୁ କଲେଜ ପ୍ରିନ୍ସପାଲ ଡକ୍ଟର ଦିବାକର ମିଶ୍ର ଉଦଘାଟନ କରିଥିଲେ। ଏହି ତାଲିମ ଶିବିରରେ ପୋଲସରା ଅଗ୍ନିଶମ ବିଭାଗର ଏନ.ଏସ.ଓ. ଅଜୟ କୁମାର ସାହୁ ଯୋଗଦେଇ ଅଗ୍ନି ନିରାପତ୍ତା ବିଷୟରେ ୬୦ ଜଣ ଛାତ୍ରଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ। ଶ୍ରୀ ସାହୁ ଅଗ୍ନିକାଣ୍ଡ ସମୟରେ ଆହତ ଲୋକଙ୍କୁ କିପରି ଉଦ୍ଧାର ଓ ପ୍ରାଥମିକ ଚିକିତ୍ସା କରାଯିବ ସେହି ବିଷୟରେ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇଥିଲେ। ଏନ.ଏସ.ଏସ. ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଡକ୍ଟର ଜ୍ୟୋତ୍ସ୍ନାରାଣୀ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଯୁବ ରେଡକ୍ରସ ସଂସ୍ଥା କାଉନସିଲ ଅଧ୍ୟାପକ ସେକ୍ ଫରିଦ ଧନ୍ୟବାଦ ପ୍ରଦାନ କରିଥିଲେ। ଏନଏସଏସ ଅଫିସର ପ୍ରକାଶ ଚନ୍ଦ୍ର ସାହୁ, ବସନ୍ତ କୁମାର ପାଣି ଓ ଅଧ୍ୟାପିକା ସୁନିତା ପାଣିଗ୍ରାହୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ