କୁରୁଜଙ୍ଗା ଗ୍ରାମପଞ୍ଚାୟତରେ ଗୁରୁ ପୂଜନ କାର୍ଯ୍ୟକ୍ରମ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁରୁଜଙ୍ଗା ଗ୍ରାମପଞ୍ଚାୟତ ପକ୍ଷରୁ ଗୁରୁ ପୂଜନ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ମଦ୍ରାସା ଓକୁରୁଜଙ୍ଗା ହାଇସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ, ଶିକ୍ଷାକର୍ମୀ ଏବଂ ଅଙ୍ଗନୱାଡିର ଶିକ୍ଷାକାମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସରପଞ୍ଚ ମାନସୀ ସାମଲ, ନାୟବ ସରପଞ୍ଚ ବାଇଧର ପୃଷ୍ଟି, ସମିତି ସଭ୍ୟ କୃଷ୍ନଚନ୍ଦ୍ର ସାହୁଙ୍କ ସମେତ ନିର୍ବାଚିତ ପ୍ରତିନିଧିମାନେ ସମ୍ବର୍ଦ୍ଧିତ କରିବା ସହ ଗୁରୁ ପୂଜନ କରିଥିଲେ । ଏଥିସହିତ ବିଦ୍ୟାଳୟର କୁନି କୁନି ପିଲାମାନଙ୍କୁ ଗୁରୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବିଭିନ୍ନ ପରାମର୍ଶ ପ୍ରଦାନ କରିବା ସହ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ