ରାସ୍ତାରେ ମୃତ ପଡ଼ିଥିବା କୁକୁରର ଶବ ସତ୍କାର କଲେ ସମାଜସେବୀ ସୁରେନ୍ଦ୍ର
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ଵାଳ):ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର -ବିଶୋଇ ରାସ୍ତା କରଞ୍ଜେଇଠାରେ ୩ ଦିନ ତଳେ ଅଜଣା ଗାଡ଼ି ଧକ୍କାରେ ଏକ କୁକୁରର ମୃତ୍ୟୁ ହୋଇଥିଲା । ରାସ୍ତାରେ ପଡ଼ିଥିବା ଯୋଗୁଁ ଅତ୍ୟନ୍ତ ଦୁର୍ଗନ୍ଧ ହେଉଥିଲା ।ଯିବା ଆସିବା କଷ୍ଟକର ହୋଇ ପଡ଼ୁଥିଲା ।ରାସ୍ତାରେ ଯାଉଥିବା ଲୋକେ ନାକରେ ରୁମାଲ ଦେଇ ଆଡ ହୋଇ ଚାଲି ଯାଉଥିଲେ ।ଖବର ପାଇ ରାମଦୋଳି ୟୋଥ ପାଓ୍ବାର ଆସୋସିଏସନ୍ ପ୍ରତିଷ୍ଠାତା ସଦସ୍ୟ ତଥା ଯୁବ ସମାଜସେବୀ ସୁରେନ୍ଦ୍ର ମୁଣ୍ଡା ଘଟଣାସ୍ଥଳରେ ପହଞ୍ଚି ରାସ୍ତାର ପଚା ଷଢା କୁକୁରର ଶବକୁ ଉଠାଇ ରାସ୍ତାର କିଛି ଦୂରରେ ଗାତ ଖୋଳି କୁକୁରର ଶବ ସତ୍କାର କରିଥିଲେ ।ତାଙ୍କର ଏହି ସେବା ମନୋବୃତିକୁ ଚାରିଆଡକୁ ପ୍ରଶଂସାର ସୁଅ ଛୁଟୁଛି ।


