ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କାଦବରାଙ୍ଗ କ୍ଲଷ୍ଟର ଅଧିନ ଆପ୍ତିରା ସରକାରୀ ଉପ୍ରା ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ପୁହାଣଙ୍କ ସଭାପତିତ୍ୱରେ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଶିକ୍ଷକ ତଥା ରେଡ୍କ୍ରସର ଆଜୀବନ ସଦସ୍ୟ ଗୋପିନାଥ ଦାଶ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ପ୍ରାଥମିକ ଚିକିତ୍ସାର ଆବଶ୍ୟକତା ସଂପର୍କରେ ଆଲୋକପାତ କରିଥିଲେ । ସର୍ପଦଂଶନ, କୁକୁର କାମୁଡା, ହଠାତ୍ ହୃଦସ୍ପନ୍ଦନ ବନ୍ଦ ହେବା, ପାଣିରେ ବୁଡି ପାଣି ପିଇଯିବା, ହାତ ଭାଙ୍ଗିବା, କ୍ଷତ ହେବା, ପଡିଯିବା, ନାକରୁ ରକ୍ତସ୍ରାବ ହେବା ଆଦି ପ୍ରାଥମିକ ଚିକିତ୍ସା ବିଷୟରେ ମକ୍ ଡ୍ରିଲ୍ ମାଧ୍ୟମରେ ଶିକ୍ଷୟତ୍ରୀ ସୁଷମା ଜେନା, ଶିକ୍ଷକ ଗୋପିନାଥ ଦାଶ, ପ୍ରଭାତ କୁମାର ନାୟକ ତାଲିମ ପ୍ରଦାନ କରିଥିଲେ । ଏଥିରେ ସମସ୍ତ ଛାତ୍ରଛାତ୍ରୀ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଅନୁଜା ପଣ୍ଡା, ଶିକ୍ଷକ ରବିନ୍ଦ୍ର ଜେନା, ଜାନକୀବାଳା ଜେନା, କ୍ରୀଡା ଶିକ୍ଷକ ରତ୍ନାକର ଖିଲାର, କଳା ଶିକ୍ଷୟତ୍ରୀ ସସ୍ମିତା ବିଶ୍ୱାଳ ପରିଚାଳନା କରିଥିଲେ ।


