ଶିଶୁ ବାଟିକା ମାତୃ ସମ୍ମିଳନୀ ଅନୁଷ୍ଠିତ

ଫୁଲବାଣୀ, (ସୁନୀଲ କୁମାର ବେହେରା):କନ୍ଧମାଳ ଜିଲ୍ଲାର ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଫୁଲବାଣୀ ଠାରେ ଶିଶୁ ବାଟିକା ମାତୃ ସମ୍ମିଳନୀ ମୁଖ୍ୟ ବକ୍ତା ଭାବରେ ଯତୀନ୍ଦ୍ର ନାଥ ପାଢ଼ୀ ଯୋଗ ଦେଇ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଓ ଖାଦ୍ୟ ଉପରେ ଅଭିଭାଷଣ ପ୍ରଦାନ କରିଥିଲେ। ସେହିପରି ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା, ଶୈକ୍ଷିକ କମିଟି ର ସଭାପତି ବାସୁଦେବ ପ୍ରହରାଜ ପ୍ରମମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରାଜେନ୍ଦ୍ର କୁମାର ପାଢୀ ମଞ୍ଚାସିନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନ ର ଶୈକ୍ଷିକ ପ୍ରମୁଖ ଦେବେନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାୟ ୧୦୦ରୁ ଉର୍ଦ୍ଧ୍ଵ ଅଭିଭାବକ ଉପସ୍ଥିତ ଥିଲେ।ଶିଶୁ ବାଟିକା ପ୍ରମୁଖ ଅନିତା ରାଣୀ ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ଅନ୍ୟାନ୍ୟ ଶିଶୁ ବାଟିକା ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ