ଭାରସମ୍ୟ ହରାଇ ନାଳରେ ଭାସିଗଲା ପର୍ଯ୍ୟଟକଙ୍କ କାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଗଣ୍ଡାହାତୀ ଜଳପ୍ରପାତକୁ ପରିଭ୍ରମଣରେ ଆସିଥିବା ପର୍ଯ୍ୟଟକଙ୍କ ଗାଡ଼ି ଶନିବାର ଭାରସାମ୍ଯ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଛି l ଏହା ଏକ ବ୍ରିଜ୍ କୁ ଧକ୍କା ଦେଇ ଦଶ ଫୁଟ ତଳକୁ ଖସି ପଡି ନାଳ ପାଣିରେ ଭାସିଯାଇ କିଛି ଦୂରରେ ଏକଗଛରେ ଲାଗିଯାଇଥିଲା ପରେ ଗାଡ଼ିରେ ଥିବା ପର୍ଯ୍ୟଟକ ମାନେ ବାହାରିଥିଲେ l ଏଥିରେ କେହି ମୃତାହତ ହୋଇନ ଥିଲେ ବି ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ l ପ୍ରକାଶଯୋଗ୍ୟଯେ ଗଣ୍ଡାହାତୀ ଜଳପ୍ରପାତ କୁ ଶନିବାର ଅପରାହ୍ନରେ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ଏକ କାରରେ ବୁଲିବାକୁ ଆସିଥିବା ବେଳେ ସ୍ଥାନୀୟ ଆର୍. ଆଇ ଅଫିସ ନିକଟ ଦେଇ ବୋହି ଯାଉଥିବା ନାଳ ପୋଲରେ ଧକ୍କା ଦେଇ ଭାରସାମ୍ୟ ହରାଇ ପ୍ରାୟ ଦଶ ଫୁଟ ତଳକୁ ଗାଡ଼ିଟି ଖସି ପଡି ଗାଡ଼ି ଟି ଭାସି ଯାଇଥିଲା I ଖବର ପାଇ ଘଟଣା ସ୍ଥଳରେ ଗାରାବନ୍ଧ ଥାନା ଅଧିକାରୀ ସର୍ବେଶ୍ଵର ସାମନ୍ତରାୟ ପହଞ୍ଚି ଆହାତ ମନଙ୍କୁ ଉଦ୍ଧାର କରିବା ସହ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି।


