ଲଗାଣ ବର୍ଷା ଯୋଗୁ ଘର ଭାଙ୍ଗିବା ସହ ବହୁ ଧନସମ୍ପତ୍ତି ନଷ୍ଟ
ପାରଳାଖେମୁଣ୍ଡି, (ତାରିନିପ୍ରସାଦ ପଣ୍ଡା):ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲା ଗୁମ୍ମା ବ୍ଲକର କୁଯାସିଂ ପଞ୍ଚାୟର ବିଭିନ୍ନ ଘର କାନ୍ଥ ଭୁସିଡିବା ଘଟଣା ଦେଖିବାକୁ ମିଳିଛି । ପଞ୍ଚାୟତ ର କୁଯାସିଙ୍ଘ,ନୂଆସାହି,ଅଢେଇ,ଗିରା , ଅଞ୍ଚଳରେ ଘର କାନ୍ଥ ପଡିଯିବା ଘଟଣା ଦେଖିବାକୁ ମିଳିଛି । ହେଲେ ସେଭଳି କିଛି ଧନଜୀବନ ନଷ୍ଟ ହୋଇନଥିବା ପ୍ରଶାସନ ସୂଚନା ଦେଇଛି କିନ୍ତୁ ୧୦ଟା ରୁ ଉର୍ଦ୍ଧ ଘର ଭାଙ୍ଗିଥିବା ସୂଚନା ମିଳିଛି ।ଯଦି ଏହିଭଳି ଲଗାଣ ବର୍ଷା ଆଉ ୩ଦିନ ଧରି ହୁଏ ତାହେଲେ ବହୁ ଧନଜୀବନ ନଷ୍ଟ ହେବା ସମ୍ଭାବନା ରହିଥିବା ଜଣାପଡୁଛି।ଏହି ଭଳି ଲଗାଣ ବର୍ଷା ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହେଉଥିବା ଜଣାପଡିଛି


