କେନ୍ଦ୍ରାପଡାର ପୂର୍ବତନ ଏସଡିପିଓଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ କେନ୍ଦ୍ରାପଡାର ପୂର୍ବତନ ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି, ପୂର୍ବତନ ବିଧାୟକ ତଥା ସଂସଦର ସଭ୍ୟ ଚିନ୍ମୟ ପ୍ରସାଦ ବେହୁରା, ବିଜୟ କୁମାର ଅଗ୍ରୱାଲ, ସାମ୍ବାଦିକ ଚିତ୍ତରଞ୍ଜନ ଦାସ ପ୍ରମୁଖ ଏସଡିପିଓ ଶ୍ରୀ ପଣ୍ଡାଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ପୁଷ୍ପଗୁଛ, ଉତ୍ତରୀୟ ଏବଂ ପୁସ୍ତକ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଶ୍ରୀ ପଣ୍ଡା ଜଣେ ଦକ୍ଷ ପୋଲିସ ଅଧିକାରୀ ଥିଲେ । ସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ଘଟଣା ଗୁଡିକୁ ଅତ୍ୟନ୍ତ ନିଷ୍ଠାପର ଓ ଦକ୍ଷତାର ସହ ପରିଚାଳନା କରି କେନ୍ଦ୍ରାପଡାରେ ଶାନ୍ତିଶୃଙ୍ଖଳା ରକ୍ଷା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ସଂସଦର ସଭାପତି ଶ୍ରୀ ମହାନ୍ତି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ