ଦିଗପହଣ୍ଡି ରେ ନକଲି ମେହେନ୍ଦି କାରବାର ବଢ଼ୁଛି
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ କାବେରୀ ନାମକ ମେହେନ୍ଦି ର ନକଲି କାରବାର ବଢି ଚାଲିଛି।କାବେରୀ କମ୍ପାନୀ ର ଅଧିକାରୀ ଦୟାଲ ସିଂ ଚୌହାନ ଏନେଇ ଦିଗପହଣ୍ଡି ଥାନାରେ ପହଞ୍ଚି ଏତଲା ଦେବା ପରେ ପୋଲିସ ଥାନା ମାମଲା ନଂ.୩୨୬/୨୨ ଦଫା – ୪୨୦ ଆଇ ପି ସି ସମେତ କପି ରାଇଟ ଆକ୍ଟ ର ଧାରା – ୬୩/୬୫ ସମେତ ଟ୍ରେଡ୍ ମାର୍କ ଆକ୍ଟ ର ଧାରା – ୧୦୩/୧୦୪ ଅନୁଯାୟୀ ମକଦ୍ଦମା ରୁଜୁ କରିବା ସହ ଦିଗପହଣ୍ଡି ମେନ୍ ରୋଡ ରେ ଥିବା କ୍ରିଷ୍ଣା କଙ୍ଗନ୍ ଦୋକାନରେ ଚଢ଼ାଉ କରି ବହୁ ପରିମାଣର ନକଲି କାବେରୀ ମେହେନ୍ଦି ଜବତ କରିଛନ୍ତି।ଭେଲନିକ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ କମ୍ପାନୀ ଦ୍ଵାରା ପ୍ରସ୍ତୁତ କାବେରୀ ମେହେନ୍ଦି କୁ ନକଲ କରି କିଛି ବେନାମୀ କମ୍ପାନୀ ବିପୁଳ ପରିମାଣର ମେହେନ୍ଦି ବଜାର ରେ ବିକ୍ରି କରୁଥବା ଜଣାପଡିବା ପରେ କମ୍ପାନୀ କର୍ତ୍ତୃପକ୍ଷ ନିଜ ଆଡୁ ତଦନ୍ତ କରି ଥାନାରେ ରିପୋର୍ଟ ଦେଇଥିବା ପୋଲିସ କହିଛି। କ୍ରିଷ୍ଣା କଙ୍ଗନ ଦୋକାନ ର ମାଲିକ ପାଟପୁର ଥାନା ନୂଆ ଜଲମରା ଗ୍ରାମର ଏ.ଜଗନ୍ନାଥ ଦୋରା ଙ୍କୁ ଥାନାରେ ଅଟକ ରଖି ପୋଲିସ ଛାନ ଭିନ ଚଳାଇଛି ।