ଜଗନ୍ନାଥ ପୂଜ୍ୟପୁଜା ପରିଷଦର ବାର୍ଷିକ ଉତ୍ସବ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚାରିଗାଁର ଜଗନ୍ନାଥ ପୂଜ୍ୟପୂଜା ପରିଷଦର ଦ୍ୱାଦଶ ବାର୍ଷିକ ଉତ୍ସବ ପୂଜା ପଡିଆରେ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପୂର୍ବତନ ପ୍ରାଧ୍ୟାପକ ଡଃ.ବୈଷ୍ଣବ ଚରଣ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ସଚିବ ପ୍ରାଧ୍ୟାପକ ହିମେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥି ଭାବେ , ଇନ୍ଦୁପୁର କଲେଜର ଇତିହାସ ବିଭାଗ ଅଧ୍ୟାପକ ହରିଶ୍ଚନ୍ଦ୍ର ପରିଛା ମୁଖ୍ୟବକ୍ତା ଓ କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡିଶା ତଥା କେନ୍ଦ୍ରାପଡାର କଳା,ସଂସ୍କୃତି ଓ ଐତିହ୍ୟ ସମ୍ପର୍କରେ ବିଷଦ ଭାବେ ଆଲୋକପାତ କରିଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଧୁମାତ ସରପଂଚ ନରହରି ପାଣି, ପୂର୍ବତନ ଶିକ୍ଷକ ଧ୍ରୁବ ଚରଣ ପାତ୍ର, ଚାରିଗାଁର ପୂର୍ବତନ ଶିକ୍ଷକ ପ୍ରଫୁଲ୍ଲ କୁମାର ନାୟକ, ପୂର୍ବତନ ଶିକ୍ଷକ କାଙ୍ଗାଳି ଚରଣ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


