ସମାଜସେବୀ ବାତୁଳ ରାଉତଙ୍କ ପରଲୋକ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ସମାଜସେବୀ ବାତୁଳ ଚନ୍ଦ୍ର ରାଉତଙ୍କ ୬୨ବର୍ଷ ବୟସରେ ପରଲୋକ ହୋଇ ଯାଇଛି । ସେ ଗତ କିଛିମାସ ଧରି ରୋଗରେ ପିଡିତ ଥାଇ ଚିକିତ୍ସିତ ହେଉଥିଲେ । ଗତ ଗୁରୁବାର ଦିନ ତାଙ୍କର ପରଲୋକ ଘଟିଛି । ମୃତୁ୍ୟଶଯ୍ୟା ନିକଟରେ ପତ୍ନୀ ଶାନ୍ତୀଲତା ରାଉତ, ଭାଇ ଶରତ, ବିକାଶ, ପୁଅ ମୁକେଶ, ଝିଅ ମୋନାଲୀସା, ବୋହୁ ଲିଚା ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବର ପାଇବାପରେ ପୁର୍ବତନ ସରପଞ୍ଚ ଛବିନ୍ଦ୍ର ନାୟକ, କବି ଡ.ଅଶୋକ ପୁହାଣ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ବ୍ରହ୍ମାନନ୍ଦ ଦାଶ, ନକୁଳ ରାଉତ, ଅଜୟ ପଟ୍ଟନାୟକ,ଅର୍ଜୁନ ରାଉତ, ସହଦେବ ରାଉତ, ମନୋଜ ରାଉତଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବା ପରେ ବୈତରଣୀ କୁଳକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ମୁକେଶ ମୁଖାଗ୍ନି ଦେଇଥିବାବେଳେ ଅନେକ ଗ୍ରାମବାସୀ ଏଥିରେ ସାମିଲ ହୋଇଥିଲେ ।