ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଚିଙ୍ଗିଡିପୁର ସ୍ଥିତ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ସଭାପତି ଦେବକିଶୋର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସହକାରୀ ଶିକ୍ଷାଧିକାରୀ ଡ଼. ମାୟାଧର ସାହୁ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଶ୍ରୀବତ୍ସ କରଶର୍ମା, ନଟବର ରାଉଳ, ସୁରଜିତା ନାୟକ, ସୁବଳ ଚରଣ ପତ୍ରୀ, ସରପଞ୍ଚ ଅମୂଲ୍ୟ ନାୟକ, ଦୀପକ କୁମାର ପାଣିଗ୍ରାହୀ, ଶିକ୍ଷୟତ୍ରୀ ବିକଶି ସାହୁ, ବାସୁଦେବ ଗୋଛାୟତ ପ୍ରମୁଖ ଯୋଗଦେଇ ହିନ୍ଦୀ ଭାଷାର ବହୁଳ ବ୍ୟବହାର ପାଇଁ ମତ ବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଦାଧର ସେନାପତି, ଶ୍ରୀଧର ସାହୁ, ସଦାନନ୍ଦ ପାଣିଗ୍ରାହୀ, ଜୟନ୍ତୀ କରଶର୍ମା, ଶ୍ରୀକାନ୍ତ ପଣ୍ଡା, କାର୍ତ୍ତିକ ଚନ୍ଦ୍ର କର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ହିନ୍ଦୀ ବିଦ୍ୟାର୍ଥୀ ମାନଙ୍କୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ହିନ୍ଦୀ ଶିକ୍ଷକ ଦେବେନ୍ଦ୍ର ପାଣି ବେଦ ପାଠ କରିଥିବା ବେଳେ ପଲ୍ଲବୀ ପ୍ରଧାନ ଅତିଥି ପରିଚୟ, ପ୍ରଦୀପ କୁମାର ଜେନା ବିବରଣୀ ପ୍ରଦାନ ଓ କୁମୁଦୁନି ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।


