ବରାଉନ ସୁଗର ଜବତ ୨ଗିରଫ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ପୋଲିସ ଏକ ବିଶେଶ ସୁତ୍ରରୁ ଖବରପାଇ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରି ଜିଆ ରାଘେବେନ୍ଦ୍ର ରେଡ୍ଡୀଙ୍କ ନେତୃତ୍ୱରେ ହନୁମାନ ମନ୍ଦିର ନିକଟରେ ପୋଲିସଟିମ ସଦଳେବଦଳେ ଜଗିରହିଥିଲେ । ଏହି ସମୟରେ ଦୁଇଜଣ ବ୍ରାଉନସୁଗର ମାଫିଆ ୫ଗରାମ ବରାଉନସୁଗର ଧରି ବ୍ୟବସାୟ କରେିବାକୁ ଚେଷ୍ଟା କରୁଥିଲେ ଏହି ସମୟରେ ପୋଲିସ ଦୁଜଣଙ୍କୁ ଧରିବାରେ ସଫଳ ହୋଇଛନ୍ତି । ଗିରଫ ହୋଇଥିବା ଦୁଇ ବ୍ୟକ୍ତି ହେଲେ ଇମ୍ରାନ ଖାନ(୨୨) ଘର ସୁନ୍ଦରପଡା,ଭୁବନେଶ୍ୱର ଓ ସେକ ନୟାବ ଅକ୍ତର(୨୦) ଜଟଣୀ ଥାନା ଅନ୍ତର୍ଗତ ବେଣାପଂଜୁରୀ ଗ୍ରାମର । ଏହି ମାନେ ବାଲିଗୁଡା ଡୁମୁଡିସାହିରେ ରହିଆସୁଥିଲେ । ଏହି ସୁଚନା ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫ ଦେଇଛନ୍ତି ଏବଂ ଏହାକୁ ନେଇ ଥାନା କେଶ ନମ୍ବର ୨୦୫/୨୨ରେ ମାମଲା ରୁଜୁକରି ଗିରଫ ଭୟକ୍ତମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ