ଗଂଜେଇ ସହ ଦୁଇ ଗିରଫ,କାର ବାଇକ ଜବତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ଅବକାରୀ ବିଭାଗର ପେଟ୍ରୋଲିଂ ସମୟରେ ଦୁଇଟି ସ୍ଥାନରେ ଚଢାଉ କରି ଏକ କୁଇଣ୍ଟାଲ ଗଂଜେଇ ଜବତ ସହ ଗୋଟିଏ କାର ଓ ଗୋଟିଏ ମୋଟର ସାଇକେଲ ଜବତ କରିଛନ୍ତି । ସୁଚନାରୁ ପ୍ରକାଶ ଯେ କନ୍ଧମାଳ ଜିଲ୍ଲା ଏସପିଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡା ଅବକାରୀ ବିଭାଗର ପେଟ୍ରୋଲିଙ୍ଗ କରିବା ସମୟରେ ଲଣ୍ଡାଗାଁ ଛକ ଠାରେ ଗୋଟିଏ ମାରୁତି ସୁଜୁକି ସୁଇଫ୍ଟଗାଡି ନମ୍ବରବିହିନ ଗାଡିକୁ ଯାଂଚ କରିବା ସମୟରେ କାର ଭିତରୁ ନବେ କେଜି ଗଂଜେଇ ବାହାରିଥିଲା ଓ ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ବ୍ୟକ୍ତଜଣଙ୍କ ପରମେଶ୍ୱର ରଣା କଳାହାଣ୍ଡି ଜିଲ୍ଲା ରାମପୁର ଥାନା ଅନ୍ତର୍ଗତ ସିଟୁପାଲି ଗ୍ରାମର ।ଅନ୍ୟପଟେ ଦାରିଙ୍ଗବାଡି ସିମନବାଡି ଛକରେ ଏକ ପଲସର ବାଇକରେ ଜଣେ ବ୍ୟକ୍ତି ୧୦କେଜି ଗଂଜେଇ ଧରିଯାଉଥିଲା ।ଏହାକୁ ଜବତ କରି ଜଣଙ୍କୁ ଗିରଫ କରାଯାଇଛି ଗିରଫ ବ୍ୟକ୍ତି ଜଣଙ୍କ ଛତିଶଗଡ ରାଜ୍ୟର ରାମ ବଚନ କଶ୍ୟପ । ଏହି ସୁଚନା ଦେଇଛନ୍ତି ବାଲିଗୁଡା ଅବକାରୀ ।ଧିକାରି ପୁର୍ଣ୍ଣଚନ୍ଦ୍ର ବେହେରା ଓ ରାଇକିଆ ଅବକାରୀ ଅଧିକାରୀ ଥାଲା ଓରାମ । ବାଲିଗୁଡା ଅବକାରୀ ବିଭାଗ କେଶ ନଂ ୭୨/୨୨ ଓ ରାଇକିଆ ଅବକାରୀ ବିଭାଗ କେଶ ନଂ ୩୩/୨୨ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରିଛନ୍ତି ।


