ଭାଷା ସଂରକ୍ଷଣ କ୍ଷେତ୍ରରେ ଓଡିଆ ଯୁବକଙ୍କ ଉଲ୍ଲେଖନୀୟ ଭୂମିକା

ବନ୍ତ, (ଚାନ୍ଦିନୀ ମହାନ୍ତି):ମୌଖିକ ସଂସ୍କୃତି ଓ ଭାଷା ସଂରକ୍ଷଣ କ୍ଷେତ୍ରରେ ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମର ଯୁବ ଇଞ୍ଜିନୟର ସଂଗ୍ରାମ କେଶରୀ ସେନାପତିଙ୍କ ଉଲ୍ଲେଖନୀୟ ଭୂମିକା ଦେଖିବାକୁ ମିଳିଛି । ନିଜର ଭାଷା, ଲୋକକଥା, ସଂସ୍କୃତିକୁ କିପରି ଆଗାମୀ ପିଢି ପାଇଁ ସାଇତି ରଖିବାକୁ ପଡିବ ସେ ଉପରେ ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟରେ ଉଇକିମିଡିଆ ଫାଉଣ୍ଡେସନ ଦ୍ୱାରା ଆୟୋଜିତ କର୍ମଶାଳାରେ ସେ ପ୍ରଶିକ୍ଷକ ଭାବେ ଯୋଗ ଦେଇ କିପରି ଭାରତୀୟ ଭାଷାକୁ ସଂରକ୍ଷଣ କରାଯାଇ ପାରିବ ତା ଉପରେ ଆଲୋକପାତ କରିଥିଲେ । ଏହି କର୍ମଶାଳାରେ ବିଶ୍ୱ ବିଦ୍ୟାଳୟର ୩୦ରୁ ଅଧିକ ପି.ଏଚ୍‌.ଡି ଛାତ୍ରଛାତ୍ରୀ ଯୋଗ ଦେବା ସହିତ ଅନ୍ୟତମ ପ୍ରଶିକ୍ଷକ ଭାବରେ ନିତେଶ ଗିଲ୍‌, ଗୌରବ ଝମାଟ୍‌, ଅମ୍ରିତ ସୁଫି, ଜସୁ ଗିଲ ଭଳି ଅନ୍ୟ ଭାଷାର ଉଇକିଆଳୀ ମାନେ ଯୋଗ ଦେଇଥିଲେ । ପ୍ରକାଶ ଥାଉକି, ଗତ ୨୦୧୪ ମସିହା ଠାରୁ ସେ ଜଣେ ସ୍ୱେଚ୍ଛାସେବୀ ଭାବରେ ଓଡିଆ ଉଇକିପିଡିଆରେ କାର୍ଯ୍ୟ କରିବା ସହିତ ଅଦ୍ୟାବଧି ୨୧ ଶହରୁ ଅଧିକ ପ୍ରସଙ୍ଗ ଲେଖି ସାରିଛନ୍ତି । ସେ ଉଇକିଡାଟା ଓ ଉଇକିମିଡିଆ କମନ୍ସ ଜରିଆରେ ଖୋଲା ଜ୍ଞାନକୁ କେମିତି ଲୋକଙ୍କ ପାଖରେ ପହଞ୍ଚାଇ ହେବ ସେ ଉପରେ କାର୍ଯ୍ୟ କରିବା ସହିତ ପୂର୍ବରୁ ଏହିଭଳି ବହୁ କର୍ମଶାଳାରେ ଯୋଗ ଦେଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ