ଶତାୟୁ ମହିଳା ଆଶାଲତାଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଭଣ୍ଡାରଗଢିଆ ଗ୍ରାମର ସ୍ୱର୍ଗତ ଶଙ୍ଖାଳି ଜେନାଙ୍କ ଧର୍ମପତ୍ନୀ ତଥା ଶତାୟୁ ମହିଳା ଆଶାଲତା ଜେନାଙ୍କର ଶୁକ୍ରବାର ଅପରାହ୍ନରେ ପରଲୋକ ଘଟିଛି । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ, ବୋହୁ, ଝିଅ, ଜ୍ୱାଇଁ, ନାତି, ନାତୁଣୀଙ୍କ ସମେତ ପରିବାରବର୍ଗ ଓ ଆତ୍ମିୟସ୍ୱଜନ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଅନ୍ତିମ ସତ୍କାର କରାଯାଇଥିଲା । ବଡ ପୁଅ ଅନାଦି ମୁଖାଗ୍ନି ଦେଇଥିଲେ । ସେ ଜଣେ ଧର୍ମପରାୟଣ, ପରୋପକାରୀ ମହିଳା ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


