ବୁଥ କମିଟି ଗଠନ ପାଇଁ ପ୍ରସ୍ତୁତି ବୈଠକ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବିଜେଡି କାର୍ଯ୍ୟାଳୟ ଠାରେ ବୁଥ କମିଟି ଗଠନ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲ ଯୋଗଦେଇ ବ୍ଲକ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ଏହାପରେ ବିଭିନ୍ନ ପଞ୍ଚାୟତରେ ବୁଥ କମିଟି ଗଠନ ନେଇ ଉପସ୍ଥିତ କର୍ମୀ ମାନଙ୍କ ସହିତ ଆଲୋଚନା କରିଥିଲେ। ଏଥିରେ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ଉତ୍କଳ କେଶରୀ ମହାନ୍ତି, ସରପଞ୍ଚ ବର୍ଷାରାଣୀ ଜେନା, ସତ୍ୟବ୍ରତ ପାଲ, ସମିତିସଭ୍ୟ ବିଷ୍ଣୁଚରଣ ଦାସ, ଲଳିତ ରାଉତ, ଦିପ୍ତୀସୂର୍ଯ୍ୟ ବିଶ୍ୱାଳ,ସୁରେନ୍ଦ୍ର ପାଲ, ବିରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


