ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସରରେ ସଦର ବିଜେପିର ବୃକ୍ଷରୋପଣ

ବାଲେଶ୍ୱର, (ସରୋଜ ପଣ୍ଡା) : ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦିଙ୍କ ୭୨ତମ ଜନ୍ମ ଦିବସରେ ସଦର ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି ଅବସରରେ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଇଁଚା ପଞ୍ଚାୟତରେ ରାଜ୍ୟ ଯୁବମୋର୍ଚ୍ଚା ଉପ-ସଭାପତି ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯର୍୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମୋଦିଜୀଙ୍କ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ମନ୍ତ୍ରକୁ ପାଥେୟ କରି ଜନସାଧାରଣଙ୍କ କଲ୍ୟାଣ ଏବଂ ଉନ୍ନତି ଦିଗରେ ସମର୍ପି ଦେବା ପାଇଁ ଶ୍ରୀ ଦତ୍ତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ଗୌରାଙ୍ଗ ଦାସ, ଜିଲ୍ଲା ପରିଷଦ ସଭ୍ୟ ଗୟାଧର ବେହେରା, ସରପଞ୍ଚ ରବିନାରାୟଣ ପ୍ରଧାନ, ନାଏବ ସରପଞ୍ଚ ସୁଭଦ୍ରା ଖଟୁଆ, ସମିତିସଭ୍ୟା ଗୀତା ସରେନ, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ଅନନ୍ତ ନାୟକ, ଉପେନ୍ଦ୍ର ଶତପଥୀ, ରାଜେନ୍ଦ୍ର ଚାଟାର୍ଜୀ, ଅମ୍ବିକା ବେହେରା, ଅଶୋକ ଖଟୁଆ, ଶ୍ରୀନିବାସ ମହାଳିକ, ଭୀମକାନ୍ତ ତରେଇ, ଅଶୋକ ଓଝା, ମାମୁନୀ ମାଝୀ, ଗାୟତ୍ରୀ ମାଝୀ, ରାଜେଶ ମାଝୀ, ଜୟନ୍ତ ସେଠୀ, ରାକେଶ ଖୁଣ୍ଟିଆ, ରାଜକିଶୋର ଖଟୁଆ, ବଦ୍ରିନାଥ ବେହେରା, ଅଜୟ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ