ବିଜେଡି ପକ୍ଷରୁ ବହଳଦା ବିଡିଓ’ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ବ୍ଲକ କାର୍ଯ୍ୟାଳୟରେ ନୂତନ ଭାବେ ଯୋଗଦାନ କରିଥିବା ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ)’ଙ୍କୁ ବହଳଦା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ଏହା ପୂର୍ବରୁ ବହଳଦା ବ୍ଲକ ଉନ୍ନୟନ ଅଧିକାରୀ ଭାବେ କାର୍ଯ୍ୟରତ ଥିବାବେଳେ ହେମନ୍ତ କୁମାର ନାୟକ ଚାକାରୀ ରୁ ଅବସର ଗ୍ରହଣ କରିଥିଲେ। ସେତେବେଳେ ପଞ୍ଚାୟତ ନିର୍ବାଚନ ସମୟ ଥିବାରୁ ଏବିଡିଓ ଭାବେ ଶକ୍ତିପ୍ରସାଦ ପାଇକରାୟ ବହଳଦା ବ୍ଲକରେ ଯୋଗ ଦେବା ସହ ବ୍ଲକ ଉନ୍ନୟନ ଦାୟିତ୍ବ ତୁଲାଇ ଆସୁଥିଲେ। ତେବେ ନୂତନ ଉନ୍ନୟନ ଅଧିକାରୀ (ବିଡିଓ) ଭାବେ ଶ୍ରୀମତୀ ନୁପୁର ଚାନ୍ଦଗୋଟିଆ ଆଜି ବହଳଦା ବ୍ଲକ କାର୍ଯ୍ୟାଳୟରେ ଯୋଗଦାନ କରିଥିବା ବେଳେ ବହଳଦା ବ୍ଲକ ବିଜେଡି ପକ୍ଷରୁ ବେଜେଡି ନେତା ଓ କାର୍ଯ୍ୟକର୍ତ୍ତା’ଙ୍କ ଏକ ଦଳ ନୂତନ ବିଡିଓ ଶ୍ରୀମତୀ ଚାନ୍ଦଗୋଟିଆ’ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଶୁଭେଚ୍ଛା ଜଣାଇଥିଲେ। ବିଜେଡି ନେତା ସଚିନ ଦାସ, ପୂର୍ବତନ ରାଇରଙ୍ଗପୁର ବିଧାୟକ ସାଇବା ସୁଶିଲ କୁମାର ହାଁସଦାଃ, ୨୫’ ନଂ ଜୋନ ଜିଲ୍ଲା ପରିଷଦ ଭଗବତୀ ମିଶ୍ର, ୨୬` ନଂ ଜୋନ୍ ଜିଲ୍ଲା ପରିଷଦ ସରଜିନୀ ହାଁସଦାଃ, ହରେକୃଷ୍ଣ ମଣ୍ଡଳ, ବିଜେଡି ରାଜ୍ୟ ସଂପାଦକ ରୁବି ମହାକୁଡ, ଜିଲ୍ଲା ସଂପାଦକ ଅମ୍ବିକା ମହାନ୍ତ, ଜିଲ୍ଲା ସଂପାଦକ ରାହୁଲ ଯାଦବ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବିନ୍ଦ୍ରନାଥ ମାର୍ଣ୍ଡି, ଭାଗମାତ ହାଁସଦାଃ, ବିକ୍ରମ ହାଁସଦାଃ, ଲାଲମୋହନ ବାରିକ ପ୍ରମୁଖ’ଙ୍କ ସହିତ ବହୁ କାର୍ଯ୍ୟକର୍ତ୍ତା ସ୍ବାଗତ ସମ୍ବର୍ଦ୍ଧନା ବେଳେ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ