ପରିମଳମିଶନ ଆନୁକୁଲ୍ୟରେ ରାୟଗଡ଼ରେ ସ୍ୱଚ୍ଛତାହିଁ ସେବା ଅଭିଯାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ଠାରେ ରବିବାର ଜିଲ୍ଲା ଜଳ ଓ ପରିମଳ ମିଶନ ଆନୁକୁଲ୍ୟରେ ରାୟଗଡ଼ ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟତ ରାୟଗଡ଼ ର ମିଳିତ ଉଦ୍ୟମରେ ସ୍ଥାନୀୟ ବଜରଙ୍ଗ ଦଳର ଓ ପଦ୍ମଶ୍ରୀ ଯୁବକ ସଂଘର ସୋହଯୋଗରେ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣର ଦ୍ୱିତୀୟ ପର୍ଯ୍ୟାୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜା ରଞ୍ଜିତ ପ୍ରତାପ ବଳ, ସରପଞ୍ଚ ସୁଷମା ଶବର, ପଞ୍ଚାୟତ ଅଧିକାରୀ ରାସ ବିହାରୀ ପାତ୍ର, ଜିପିଓ ସେନାପତି ଶବର, ଓଡ଼ିଶା ଜୀବିକା ମିଶନର ବି ପି ଏମ୍ ଲତିକା ଦେବୀ ପ୍ରମୁଖ ଯୋଗ ଦେଇ ବ୍ଲକ କାର୍ଯ୍ୟାଳୟ ପରିସର ଠାରୁ ସଫେଇ କାର୍ଯ୍ୟ ଆରମ୍ଭ କରି ରାୟଗଡ଼ ସହରର ମୁଖ୍ୟ ରାସ୍ତା ଝାଡୁ କରିବା ସହ ଜମା ଥିବା ଅଳିଆ ଆବର୍ଜ୍ଜନା କୁ ଅଳିଆ ଗାଡ଼ି ମାଧ୍ୟମରେ ସଫେଇ କରି ଶିବ ମନ୍ଦିର ପର୍ୟ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ବ୍ଲିଚିଂ ପକାଇ ଥିବା ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମି ଓ ସ୍ଥାନୀୟ ଲୋକେ ମଧ୍ୟ ଅଂଶ ଗ୍ରହଣ କରିଥିବା ଦେଖିବାକୁ ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ