ସଡ଼କ ସୁରକ୍ଷା – ଜୀବନ ରକ୍ଷା ସଂପର୍କରେ ସଚେତନତା କାର୍ଯ୍ୟକ୍ରମ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ଓ କୋଣାର୍କ ପୋଲିସର ମିଳିତ ସହଯୋଗରେ ସଡ଼କ ସୁରକ୍ଷା- ଜୀବନ ରକ୍ଷା ସମ୍ପର୍କ ରେ ଏକ ସଚେତନତା କାର୍ଯ୍ୟକ୍ରମ ଆଜି କୋଣାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାଯ୍ୟକ୍ରମ ମା ଭଗବତୀ ମହାବିଦ୍ୟାଳୟ ରୁ ଶୁଭାରମ୍ଭ କରାଯାଇ ଥାନା ଛକ, ମେଡିକାଲ ଛକ ସହ ସୂର୍ଯ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଘୋଡ଼ା ନାଚ ମାଧ୍ୟମ ରେ ସଡକ ସୁରକ୍ଷା ସମ୍ପର୍କ ରେ ପଯ୍ୟଟକଙ୍କୁ ସଚେତନ କରାଯାଇଥିଲା। ଆଞ୍ଚଳିକ ପରିବହନ ଅଧିକାରୀ ଅମିତ କୁମାର ରଣା,କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକ, ମା ଭଗବତୀ ଆଲୁମିନିଅମର ସଭାପତି ହୃଦାନନ୍ଦ ସେଠି, ଏନସିସି ଅଧିକାରୀ ବିନୟ ଭୂଷଣ ମହାନ୍ତି,ସାମାଜିକ କର୍ମୀ ରାମକୃଷ୍ଣ ମହାନ୍ତି, କୋଣାର୍କ ଏନ ଏ ସି ୫ ନମ୍ବର ୱାର୍ଡ କାଉସିଲର ନିହାର ରଞ୍ଜନ ବେଉରା,ଯୁବ ସମାଜସେବୀ କୁନାଲ ପାତ୍ର, ସୌମ୍ୟରଞ୍ଜନ ମହାରଣା, ଆବାସ ମୁଦୁଲି, ପ୍ରିୟରଞ୍ଜନ ରଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଭଗବତୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଏନ ସି ସି ର ଛାତ୍ର ଛାତ୍ରୀ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ