ନୂଆଁ ବସ ଷ୍ଟାଣ୍ଡ ଠାରେ ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ପରିବେଷଣକୁ ନେଇ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ଟିମର ତଦନ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ନୂଆବସ୍ଷ୍ଟାଣ୍ଡ ପରିସରରେ ଥିବା ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ପରିବେଷଣକୁ ନେଇ ଅଭିଯୋଗ ହୋଇଛି । ଏଠାରେ ନିମ୍ନମାନର ଡାଲମା ସାଙ୍ଗକୁ ଦରସିଝା ଭାତ ପରିବେଷଣ କରାଯାଉଥିବାର ଅଭିଯୋଗ ପାଇବା ପରେ ମଙ୍ଗଳବାର ମଧ୍ୟାହ୍ନ ସମୟରେ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ସଂସ୍ଥାର ଜିଲ୍ଲା ସଭାନେତ୍ରୀ ତନୁଜା ଶତପଥି ଏବଂ ଜିଲ୍ଲା ସଭାପତି ରଂଜନ ମହାପାତ୍ରଙ୍କ ଏକ ଟିମ୍ ଆହାର କେନ୍ଦ୍ରକୁ ଯାଇ ପରୋଷା ଯାଉଥିବା ଖାଦ୍ୟକୁ ନିରିଖି ଥିଲେ । ସରକାରୀ ନିୟମ ମୁତାବକ ଋତୁ ଅନୁଯାଇ ବିଭିନ୍ନ ପନି ପରିବା ପକାଯିବା ପାଇଁ ନିର୍ଦ୍ଦେଶ ରହି ଥିବା ବେଳେ ଯାହାକି ଏଠାରେ ବ୍ୟତିକ୍ରମ ହେଉଥିବାର ଦେଖାଯାଇଛି ବୋଲି ଏହି ଟିମ୍ କହିଛନ୍ତି । ଡାଲମାରେ କେବଳ ଆଳୁ ଓ ବାଇଗଣ ବ୍ୟତୀତ ଅନ୍ୟ କୌଣସି ପନି ପରିବା ଦେଖି ନ ଥିବାର ପ୍ରକାଶ କରିଛନ୍ତି । ସେହିଭଳି ଡାଲମାରେ ବ୍ୟବହୃତ ଡାଲି ଅତି ନିମ୍ନମାନର କିମ୍ବା ଆବଶ୍ୟକ ଅନୁଯାୟୀ ଡାଲି ପକାଯାଉ ନଥିବାରୁ ପାଣିଆ ଡାଲମା ପରୋଷା ଯାଉଛି । ସରକାରୀ ନିୟମ ମୁତାବକ ଗୋଟିଏ ମିଲ୍ ପିଚ୍ଛା ୨୦ଟଙ୍କା ଖର୍ଚ୍ଚ ହେବା କଥା କିନ୍ତୁ ଏଠାକାର ଖାଦ୍ୟକୁ ଦେଖିଲେ ୧୦ଟଙ୍କାରୁ କମ୍ ଖର୍ଚ୍ଚ କରାଯାଉ ଥିବାର ଅନୁମେୟ କରାଯାଉଛି । ଯାହାର ପ୍ରମାଣ ଲୋକେ ବହୁ ଭାତ ଛାଡି ଡଷ୍ଠବିନ ରେ ଖାଦ୍ୟ ପକାଉଥିବା ଦେଖିବାକୁ ମିଳିଛି । ଏହି ଆହାର କେନ୍ଦ୍ରରେ ୨ଗୋଟି ମହିଳା ଗୋଷ୍ଠୀ ଦାୟିତ୍ୱ ନେଇ ପରିଚାଳନା କରୁଛନ୍ତି । ଗୋଟିଏ ମହିଳା ଗୋଷ୍ଠୀ ମାନେ ରୋଷେଇ କାର୍ଯକ୍ରମ ପରିଚାଳନା କରୁଥିବା ବେଳେ ଆଉ ଗୋଟିଏ ଦଳ ଖାଦ୍ୟ ବଣ୍ଟନ ଏବଂ ଅନ୍ୟାନ୍ୟ ସୁବିଧା ଅସୁବିଧା ବୁଝୁଥିବାର ଜଣାପଡିଛି । ଏହି ଅଭିଯୋଗ କୁ ନେଇ କିଛି ମହିଳାଙ୍କୁ ପଚାରି ବୁଝିବାକୁ ଚେଷ୍ଟା କରିଥିବା ବେଳେ ସେ କେମେରା ଆଗରେ କିଛି ନକହି ୨୦ ଟଙ୍କାରେ କଣ ମିଳୁଛି ଆଜ୍ଞା ବୋଲି କହିଥିଲେ । ଯାହା କି ସତ୍ୟ ମଧ୍ୟ । ତେଣୁ ଏହି ବିଷୟରେ ଦଇତ୍ଵରେ ଥିବା ଅଧିକାରୀ ଏହାର ତଦନ୍ତ କରି ସତ୍ୟ କଣ ତାହା ପ୍ରକାଶ କରିବାକୁ ସାଧାରଣରେ ଦାବି ହେଉଛି ।