ଟିମ୍ପୋଗିରି ଗ୍ରାମରେ ପଞ୍ଚାୟତ ଉନ୍ନୟନ କମିଟିର ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକଅନ୍ତର୍ଗତ ବୃଷଭ ଗ୍ରାମପଞ୍ଚାୟତର ଟେମ୍ପୋଗିରି ଗ୍ରାମରେ ପଞ୍ଚାୟତ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଛି . ଏହି ବୈଠକରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଶ୍ରୀ ଗବରା ତିରୁପତି ରାଓ, ବିଜେଡ଼ି ଯୁବନେତା ଇଂ ରୂପେଶ ପାଣିଗ୍ରାହୀ, ଗୁମ୍ମା ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସୁନେମି ମଣ୍ଡଳ, ବିଜେଡ଼ି ରାଜ୍ୟ ସମ୍ପାଦକ ଶ୍ରୀ ମରୁତ ପାଲ,ସ୍ଥାନୀୟ ସରପଞ୍ଚ ,ସମିତି, ଓ ବୃଷଭ ଗ୍ରାମପଞ୍ଚାୟତ ଅଧିନରେ ଥିବା ସମସ୍ତ ଗ୍ରାମ ରୁ ଲୋକମାନେ ଉପସ୍ଥିତ ଥିଲେ । ସମସ୍ତ ଗ୍ରାମରୁ ଆସିଥିବା ଲୋକମାନଙ୍କ ଅସୁବିଧା ଯାହାକି ଚର୍ଚଘର,ରୋଡ଼, ପିଇବା ପାଣି, ଓ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇଥିବା ଲୋକମାନେ ଉପସ୍ଥାପନ କରିଥିଲେ । ଏହି ସମସ୍ୟା ଗୁଡିକୁ ସମାଧାନ କରି ପଞ୍ଚାୟତ ଯେମିତି ଊନ୍ନତି ହୋଇପାରିବ ଏହି ବୈଠକରେ ଆଲୋଚନା ହୋଇଥିଲା


