ଯୋଡ଼ାର ଗ୍ରାମୀଣ ମହିଳାଙ୍କ ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ର ନେତୃତ୍ୱ ବିକାଶ କାର୍ଯ୍ୟକ୍ରମ

ଯୋଡ଼ା, (ସମୀର କୁମାର ଦାସ):ମହିଳାମାନଙ୍କୁ ବାସ୍ତବିକ ନେତୃତ୍ୱ କ୍ଷମତା ସମ୍ପର୍କରେ ଅବଗତ କରାଇବା ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସାମାଜିକ ଓ ଭାବନାତ୍ମକ ଦୃଢତାକୁ ପ୍ରୋତ୍ସାହିତ କରିବା ପାଇଁ ଟାଟା ଷ୍ଟିଲ ସିଏସ୍ଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଅତି ନିକଟରେ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଯୋଡ଼ାଠାରେ ଏକ ନେତୃତ୍ୱ ବିକାଶ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ୬ଟି କାର୍ଯ୍ୟକ୍ରମରେ ନିକଟସ୍ଥ ଯଜାଙ୍ଗ, ବନ୍ଧୁଆବେଡ଼ା, ନମିରା, ଗୁରୁଡ଼ା, ଖଣ୍ଡବନ୍ଧ, ଜଳହରି ଗ୍ରାମ ଓ ଯୋଡ଼ା ପୌରପାଳିକା ଅନ୍ତର୍ଗତ ଅଂଚଳ (ସହିଦ ନଗର ଏବଂ ମୁସଲିମ୍ ବସ୍ତି) ର ୨୧୯ ଜଣ ଗ୍ରାମୀଣ ମହିଳା ଏଥିରେ ଅଂଶଗ୍ରହଣ କରିଥିଲେ । ଏହି ଅଧିବେସନରେ ପ୍ରଶିକ୍ଷକ ରୂପେ ଯୋଗ ଦେଇଥିବା ବ୍ୟକ୍ତି ଅଂଶଗ୍ରହଣକାରୀମାନଙ୍କୁ ପ୍ରଭାବୀ ଢଙ୍ଗରେ ଜୀବନ ଯାପନ, ମାନବ ସମ୍ପର୍କ ଏବଂ ଦଳ ଗଠନ, ଆନ୍ତରିକ ବିକାଶ, ଅଗ୍ରଗତି ଓ ପ୍ରତିବଦ୍ଧତା, କାର୍ଯ୍ୟ ନୀତି, ଖାଲି ସମୟର ଉପଯୋଗ, ଶୁଦ୍ଧତା, ସଚ୍ଚୋଟତା, ନିସ୍ୱାର୍ଥପରତା, ଭଲ ପାଇବା ଇତ୍ୟାଦି ମାଧ୍ୟମରେ ପ୍ରଭାବୀ ନେତୃତ୍ୱ କ୍ଷମତା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।ଏହାବ୍ୟତୀତ, ଅଂଶଗ୍ରହଣକାରୀମାନଙ୍କୁ ସ୍ଥାନୀୟ ଲୋକଙ୍କ ସମସ୍ୟା ବିଶେଷ ଭାବେ ମହିଳା ଓ ବାଳିକାଙ୍କ ସମ୍ପର୍କିତ ମାମଲାର ସମାଧାନ ଦିଗରେ ଦକ୍ଷତା ବିକାଶ ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।କମଳାପୁର ଗ୍ରାମର ଜଣେ ଅଂଶଗ୍ରହଣକାରୀ କୌଶଲ୍ୟା ବେହେରା କହଛନ୍ତି ଯେ, “ଏଭଳି କାର୍ଯ୍ୟକ୍ରମ ଆମ ପାଇଁ ବେଶ ସହାୟକ ହେବ, ଯେଉଁଥିରେ ଆମେ ସର୍ବନିମ୍ନ ସାଧନ ଓ ସୁବିଧା ସହିତ ଶାନ୍ତିପୂର୍ଣ୍ଣ ଜୀବନଯାପନ କରିବା ବିଷୟରେ ବହୁଗୁଡ଼ିଏ ଶିକ୍ଷା ଲାଭ କରିଛୁ । ଏହାବ୍ୟତୀତ, ଏହା ଆମକୁ ଏକ ଦାୟିତ୍ୱବାନ ନାଗରିକ ହେବା ଦିଗରେ ଶିକ୍ଷା ପ୍ରଦାନ କରିଛି ।”ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଖୁସି ପ୍ରକାଶ କରି ପାଣ୍ଡିଆ ଗ୍ରାମର ଗାୟତ୍ରୀ ପାତ୍ର କହିଛନ୍ତି ଯେ, “ଆମ ସମାଜରେ ଆମ ଦକ୍ଷତାର ବିକାଶ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା ଦୀର୍ଘସ୍ଥାୟୀ ଭାବରେ ଆମକୁ ଜୀବିକା ନିର୍ବାହ କରିବାରେ ସହାୟତା କରିବ । ଏହି ପଦକ୍ଷେପ ପାଇଁ ମୁଁ ଟାଟା ଷ୍ଟିଲ ଫାଉଣ୍ଡେସନ୍କୁ ଧନ୍ୟବାଦ ଜଣାଉଛି ।”ଏହି କାର୍ଯକ୍ରମ ଅଂଶଗ୍ରହଣକାରୀମାନଙ୍କୁ ନିଜର ଅର୍ଜିତ ଜ୍ଞାନକୁ ଅନ୍ୟମାନଙ୍କ ସହିତ ସେୟାର କରିବା ସହିତ ନିତିଦିନିଆ ଜୀବନରେ ଏହାକୁ କାର୍ଯ୍ୟକାରୀ କରିବାକୁ ପ୍ରୋତ୍ସାହିତ କରିବ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ