ପ୍ରସ୍ତୁତି ପଥେ ହରପାର୍ବତୀ ପୂଜା

କଟକ, (ଯୁଗାବ୍ଦ ନ୍ୟୁଜ):ହରପାର୍ବତୀ ପୂଜା କମିଟି ତଥା ମାନସିଂପାଟଣା ଯୁବକ ସଂଘ ପକ୍ଷରୁ ଆସନ୍ତା ବିଜୟା ଦଶମୀ ଅବସରରେ ହରପାର୍ବତୀଙ୍କ ଯୁଗଳ ମୂର୍ତ୍ତି ପୂଜା ପାଇବାକୁ ଯାଉଅଛି ।ଏଥିପାଇଁ ହରପାର୍ବତୀ ପୂଜା କମିଟି ପକ୍ଷରୁ ହରପାର୍ବତୀଙ୍କ ଶୋଭନୀୟ ମୂର୍ତ୍ତି ପୂଜାର ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ସଭାପତି – ଅକ୍ଷୟ କୁମାର ସାହୁ, ସମ୍ପାଦକ – ନିତ୍ୟ କିଶୋର ସାହୁ, ସାହିର ମୂରବୀ – ଆଶୀର୍ବାଦ ବେହେରା, ନିମାଇଁ ଚରଣ ସାହୁ, ତଥା ମାନସିଂହପାଟଣା ଯୁବକ ସଂଘ ପକ୍ଷରୁ କୃଷ୍ଣମୋହନ, ବଳରାମ ବେହେରା, ମନୋଜ କୁମାର ସାହୁ, ଶମ୍ଭୁନାଥ ବେହେରା, କାର୍ତ୍ତିକ ସାହୁ, ଦେବେନ୍ଦ୍ର ବେହେରା, ସତ୍ୟଜିତ୍ ସାହୁ, ଓପୁ ସାହୁ , ଦେବେନ୍ଦ୍ର ଆଦି କର୍ମକର୍ତ୍ତାମାନେ ପୂଜାର ସଫଳତା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଏଠାରେ ସୂଚନାଯୋଗ୍ୟ କି ହରପାର୍ବତୀ ଏଠାରେ ଦୀର୍ଘ ୭୦ ବର୍ଷ ହେଲା ପୂଜା ପାଇଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ