ଇଣ୍ଡଷ୍ଟ୍ରି ଭିଜିଟ କର୍ମଶାଳା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ସ୍ଥିତ ନୋଡାଲ ଜି.ଟି.ହାଇସ୍କୁଲ ପରିସରରେ ପ୍ରତ୍ୟେକ୍ଷ ଜ୍ଞାନଲାଭ ତଥା ପିଲାମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ସ୍କୁଲରେ ପ୍ରଚଳିତ ଧନ୍ଦାମୂଳକ ଶିକ୍ଷାର ଆଇ.ଟି. ଏବଂ ଆଇ.ଟି. ଇ.ଏସ. ତରଫରୁ ଏକ ଇଣ୍ଡଷ୍ଟ୍ରି ଭିଜିଟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ମହାରଣା ,ଧନ୍ଦାମୂଳକ ଶିକ୍ଷା ଦାୟିତ୍ୱ ରେ ଥିବା ବିଜ୍ଞାନ ଶିକ୍ଷୟିତ୍ରୀ ନିବେଦିତା ପଲକ ଓ ସେଣ୍ଟମ ୱାର୍କ ସ୍କିଲ ଇଣ୍ଡିଆ ଲିମିଟେଡ଼ ତରଫରୁ ନିଯୁକ୍ତ ଆଇ. ଟି. ପ୍ରଶିକ୍ଷକ ଆଶିଷ କୁମାର ମିଶ୍ର ଙ୍କ ତତ୍ତ୍ୱାବଧାନରେ ଆୟୋଜନ ହୋଇଥିବାବେଳେ କ୍ରୀଡା ଶିକ୍ଷକ ଦୀପ୍ତିରଞ୍ଜନ ପଣ୍ଡା ଙ୍କ ସହଯୋଗ ଉକ୍ତ ଭ୍ରମଣ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲା ପିଲାମାନଙ୍କୁ ପ୍ରତ୍ୟେକ୍ଷ ଜ୍ଞାନଲାଭ ଉଦ୍ଦେଶ୍ୟ ରେ ତଥା ସେମାନଙ୍କ ଶିକ୍ଷାକୁ କିପରି କର୍ମକ୍ଷେତ୍ର ରେ ଉପଯୋଗ କରାଯାଇପାରିବ ସେ ବିଷୟରେ ଅବଗତ କରାଯିବା ସହିତ ପାଠ୍ୟକ୍ରମ ପ୍ରତି ପିଲାମାନଙ୍କର ଆଗ୍ରହ କୁ ଗୁରୁତ୍ୱ ଦିଆଯାଇଛି । କେନସଫ୍ଟ କମ୍ପ୍ୟୁଟର ଏଜୁକେସନ ର ଅଧ୍ୟକ୍ଷ ସାଗର କୁମାର ସେଠୀ ଓ କର୍ମଚାରୀ ମାନେ ପିଲାମାନଙ୍କୁ ସ୍ୱାଗତ ଜଣାଇ ଥିଲେ ।ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।