କେଶରଗୁଡା ଗ୍ରାମକୁ ପହଁଚିଲେ ବ୍ଲକ ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)ଗଜପତି ଜିଲ୍ଲା ମୋହନା ବ୍ଲକର ଦୁର୍ଗମ ପାହାଡ଼ିଆ ଗ୍ରାମ ପଞ୍ଚାୟତ କେଶରୀଗୁଡା।ଏହି ଦୁର୍ଗମ ପଞ୍ଚାୟତର ତୁମାଙ୍ଗପଦର ଗ୍ରାମକୁ ଆଜି ମୋହନା ବ୍ଲକ ପ୍ରଶାସନ ପହଞ୍ଚି ଗ୍ରାମବାସୀ ଙ୍କ ଅନୁରୋଧ କ୍ରମେ ମୋହନା ବ୍ଲକ ର ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ବିଡ଼ିଓ ତପସ୍ୱିନୀ ହଂସଦା ତଥା ରା,ଉଦୟଗିରି ବ୍ଲକ ସାଂସଦ ପ୍ରତିନିଧି ଓ ବରିଷ୍ଠ ସମାଜସେବୀ ଜଗବନ୍ଧୁ ଦାସ ପରିଦର୍ଶନ କରିଛନ୍ତି।ଲଗାଣ ବର୍ଷାରେ ମାଟି ଅତଡା ଖସି ଯାଇ ଗ୍ରାମ ଟି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ଅବସ୍ଥାରେ ଅଛି।ଯାହା ଫଳରେ ସେମାନେ ବହୁତ ଆତଙ୍କିତ ଅବସ୍ଥାରେ ଅଛନ୍ତି।ସେମାନଙ୍କ ସମସ୍ୟା ଦେଖିଲା ପରେ ମୋହନା ଗୋଷ୍ଟି ଉନ୍ନୟନ ଅଧିକାରୀ ଉପରିସ୍ଥ ଅଧିକାରୀ ଙ୍କ ସହ ଆଲୋଚନା କରି ସମସ୍ୟା ର ସମାଧାନ କରିବେ ବୋଲି କହିଛନ୍ତି।ମାନ୍ୟବର ସାଂସଦ ଚନ୍ଦ୍ରଶେଖର ସାହୁ ତଥା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ମାନ୍ୟବର ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କ ଦୃଷ୍ଟିକୁ ଆଣି ସମସ୍ୟା ର ସମାଧାନ କରିବା ସହିତ ଜିଲ୍ଲାପାଳ ଙ୍କୁ ମଧ୍ଯ ଅବଗତ କରିବେ ବୋଲି କହିଛନ୍ତି।ଶେଷ ରେ ବିଡ଼ିଓ ତୁରନ୍ତ ବ୍ଲକର ଯନ୍ତ୍ରୀ ଙ୍କୁ ପଠାଇ ଦ୍ରୃଢ଼ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଆଶ୍ୱାସନା ଦେଇଛନ୍ତି। ମୋହନା ବ୍ଲକର ଉକ୍ତ ଅଞ୍ଚଳରେ କୌଣସି ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ହୋଇନଥିବାରୁ ବ୍ଲକ ପ୍ରଶାସନ ବର୍ତ୍ତମାନ ଠାରୁ ଦୁର୍ଗମ ଅଂଚଳରେ ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ଅଞ୍ଚଳ ବାସୀ ଖୁସିବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ