ବ୍ରାଉନ ସୁଗାର ବ୍ୟବସାୟୀ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
ନିମାପଡ଼ା, (ସନ୍ତୋଷ ଦାଶ):ଆଜି ଏକ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଳା ଦୈ।ରାଜଜ୍ ଲୋକନାଥ ସାହୁ ବ୍ରାଉନ ସୁଗାର ବ୍ୟବସାୟୀ ତ୍ରିନାଥ ପ୍ରଧାନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ଲକ୍ଷ ଟଙ୍କା ଜୋରିମାନା କରିଛନ୍ତି।ଜୋରିମାନା ଅନାଦେୟରେ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ପ୍ରକାଶ ଯେ, ଗତ ୨୦୨୦ ମସିହା ନଭେମ୍ବର ମାସ ୨୪ ତାରିଖ ସକାଳୁ ଅସ୍ତରଙ୍ଗ ଥାନା କର୍ମଚାରୀମାନେ ରାତ୍ରି ପେଟ୍ରୋଲିଙ୍ଗ ସାରି ଫେରୁଥିବାବେଳେ ଉକୁଳେଇ ଛକ କନଭେଣ୍ଟ ସ୍କୁଲ ଠାରେ କିଛି ଯୁବକ ଠିଆ ହୋଇଥିଲେ।ଥାନା କର୍ମଚାରୀଙ୍କର ସନ୍ଦେହ ହେବାରୁ ସେମାନଙ୍କୁ ତଲାସୀ ନେବାରେ ତ୍ରିନାଥ ପ୍ରଧାନ ଙ୍କ ବ୍ୟାଗରୁ ୨୬୦ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଥିଲା।ଏହି ଘଟଣାର ତଦନ୍ତ କରି ଅସ୍ତରଙ୍ଗ ଆଇ.ଆଇ.ସି ବାମଦେବ ନନ୍ଦ ଚାର୍ଜସିଟ୍ ଦାଖଲ କରିଥିଲେ।ଉକ୍ତ ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୈ।ରାଜଜ୍ ଉପରୋକ୍ତ ଦଣ୍ଡାଦେଶ ପ୍ରଦାନ କରିବା ସହ ଅନ୍ୟ ଦୁଇ ଜଣଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।ସରକାରଙ୍କ ପକ୍ଷରୁ ଅତିରିକ୍ତ ପି.ପି ସୀତାକାନ୍ତ ଦାସ ମାମଲା ପରିଚାଳନା କରୁଥିଲେ।


