ବିଗ୍ ବସ୍ ପ୍ରଶଂସକଙ୍କ ପାଇଁ ଖୁସି ଖବର, ଜାନୁଆରିରେ ଶେଷ ହେବ ନାହିଁ ସୋ’

ଆରମ୍ଭ ହେବା ଦିନଠାରୁ ଚର୍ଚ୍ଚାରେ ରହିଛି ରିୟାଲିଟି ସୋ’ ବିଗ୍ ବସ୍‌-୧୩ । ପ୍ରଥମେ ସୋ’ରେ ଅଶ୍ଲୀଳତା ଦେଖାଯାଉଥିବା ନେଇ କିଛି ଲୋକ  ଏହାକୁ ବନ୍ଦ କରିବା ପାଇଁ ଅଭିଯାନ ଆରମ୍ଭ କରିଥିବା ବେଳେ ଏବେ ଏହି ସୋ’ ଟିଆରପି ସୂଚୀରେ ରାଜ୍ କରୁଛି । ଗୋଟିଏ ଫାଇନାଲ ଶେଷ ହୋଇ ସାରିଥିବା ବେଳେ ଆଗକୁ ଆଉ ଏକ ଫାଇନାଲ ହେବ ବୋଲି ଜଣା ପଡ଼ିଛି । ତେବେ ପୂର୍ବରୁ ସୋ’ ଜାନୁଆରିରେ ଶେଷ ହେବ ବୋଲି ଜଣା ପଡ଼ିଥିବା ବେଳେ ଲୋକପ୍ରିୟତାକୁ ଦେଖି ସୋ’ର ନିର୍ମାତା ଏହାର ଅବଧିକୁ ୩-୪ସପ୍ତାହ ବଡ଼ାଇବେ ବୋଲି ଚର୍ଚ୍ଚା ହେଉଛି । ସ୍ପଟବଏର ରିପୋର୍ଟ ମୁତାବକ, ବିଗ୍ ବସର ପ୍ରଶଂସକଙ୍କ ପାଇଁ ନିର୍ମାତା ବଡ଼ ଯୋଜନା କରିଛନ୍ତି । ଲୋକପ୍ରିୟତାକୁ ଦେଖି ସୋ’ର ଅବଧିକୁ ୩-୪ସପ୍ତାହ ବଢ଼ାଇବା ପାଇଁ ନିର୍ମାତା ଯୋଜନା କରୁଥିବା ଜଣା ପଡ଼ିଛି । ଯଦି ଏଭଳି ହୁଏ ତେବେ ସୋ’ର ଫାଇନାଲ ଜାନୁଆରିରେ ନ ହୋଇ ଫେବୃଆରିରେ ହେବ । ସୋ’ରେ ଚାଲୁଥିବା ହାଇଭୋଲଟେଜ୍ ଡ୍ରାମା ପାଇଁ ଏହାର ଟିଆରପିକୁ ଦେଖି ନିର୍ମାତା ଏଭଳି ଚିନ୍ତା କରୁଥିବା ଚର୍ଚ୍ଚା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ