ଖବର ସଂଗ୍ରହ ବେଳେ ସମାଜ ପ୍ରତିନିଧି ଙ୍କୁ ଧମକ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଯିଉରା ଗ୍ରାମପଞ୍ଚାୟତର ଏସ ରଘୁନାଥପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକବିଦ୍ୟାଳୟ କୁ ଆସୁଥିବା ସରକାରୀ ଅନୁଦାନ ଭାରାପ୍ରପ୍ତ ପ୍ରଧାନ ଶିକ୍ଷକ ହେରଫେର କରିଥିବା ଅଭିଯୋଗ ଶୁଣିବାକୁ ମିଳିଛି।ଦୀର୍ଘ ୧୬ ବର୍ଷ ଗୋଟିଏ ସ୍କୁଲରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନାର୍ସୁ ସେଠୀ ଦାୟୀତ୍ବ ରେ ରହି ସ୍କୁଲ କୁ ଆସୁଥିବା ସରକାରୀ ଅର୍ଥ ହେରଫେର କରିଥିବା ନେଇ ଏସ ରଘୁନାଥପୁର ଗ୍ରାମରେ ଛାତ୍ର ଛାତ୍ରୀ ମାନଙ୍କ ଅଭିଭାବକ ଙ୍କ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି ହୋଇଛି। ଶନିବାର ଦିନଏନେଇ ଗ୍ରାମର କିଛି ଅଭିଭାବକ ସ୍କୁଲ ପରିଚାଳନା ସଭାପତି ନିଳ ସେଠୀ ସ୍କୁଲରେ ପହଞ୍ଚି ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ। ବିଦ୍ୟାଳୟ ରେଜିଷ୍ଟର ଯାଞ୍ଚ କରିଥିଲେ। ହିସାବ ତାଳ ମେଳ ହେଉନଥିବା ଜଣାପଡ଼ିଛି। ଏସ ଏମ ସି କମିଟି ବୈଠକ ନକରି ଏବଂ ସଭାପତି ଙ୍କ ଅଗୋଚରରେ ଛାତ୍ର ଛାତ୍ରୀ ଙ୍କ ନିମ୍ନ ମାନର ପୋଷାକ ନିଜେ ପ୍ରଧାନ ଶିକ୍ଷକ ଆଣିଥିବା ଅଭିଯୋଗ ଆଣିଲେ ସଭାପତି । ବିଦ୍ୟାଳୟ ରେ ୧୦୮ ଜଣ ଛାତ୍ର ଛାତ୍ରୀ ପଢୁଥିବା ବେଳେ ଉପସ୍ଥାପନ କମ ରହିଥିବା ବେଳେ ମଧ୍ୟ ପୁରା ଉପସ୍ଥାପନ ଦେଖାଇ ମଧ୍ୟାହ୍ନ ଭୋଜନ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ଆଣିଲେ ସ୍କୁଲ ସଭାପତି। ଉପସ୍ଥାପନ ରେଜିଷ୍ଟର ରେ ଆପସେଣ୍ଟ ପଡ଼ିଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରେଜେଣ୍ଟ କରୁଥିଲେ ଭାରପ୍ରାପ୍ତ ଶିକ୍ଷକ ନାର୍ସୁ ସେଠୀ । ସ୍କୁଲରେ ଥିବା ଆଉ ଚାରିଜଣ ଶିକ୍ଷକ ଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଉଠାଇଛନ୍ତି।ଏନେଇ ବି ଇ ଓ ଙ୍କ ଉପସ୍ଥିତିରେ ତଦନ୍ତ କରିବାକୁ ଅଭିଯୋଗ ହୋଇଛ।ପୂର୍ବ ସଭାପତି ଙ୍କ ସମୟରେ ସ୍କୁଲକୁ ମିଳିଥିବା ଅନୁଦାନ ଗାରିମା ଆବାର୍ଡ ୧୦ ହଜାର, ଖେଳ ଉପକରଣ ପାଇଁ୧୦ ହଜାର, କମ୍ପୋଜିଟ ଗ୍ରାଣ୍ଟ ୫୦ ହଜାର ,ଇକୋ କ୍ଲବ ପାଇଁ ୧୦ହଜାର , ଏ ସବୁ ଅର୍ଥ ବୈଠକ ନକରି ନକଲି ଦସ୍ତଖତ କରି ଆସୁଥିବା ଅନୁଦାନ ଆତ୍ମସାତ କରିଥିବା ଯାଞ୍ଚ କରିବା ପାଇଁ ଅଭିଯୋଗ ହୋଇଛି। ଜଣେ ଶିକ୍ଷକ ଙ୍କୁ ଦୀର୍ଘ ୧୬ ବର୍ଷ ଧରି ଗୋଟିଏ ସ୍କୁଲରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବେ ଦାୟୀତ୍ବ ଦେବା ନେଇ ପ୍ରଶ୍ନ ଉଠିଛି। ବରିଷ୍ଟତା ଅଭିଜ୍ଞତା ଶିକ୍ଷକ ରହିଥିଲେ ମଧ୍ୟ କାହିଁକି ଉପରିସ୍ଥ ଅଧିକାରୀ ହଟାଉନାହାନ୍ତି।ଏଭଳି ଅଭିଯୋଗ କୁ ନାର୍ସୁ ସେଠୀଙ୍କୁ ପଚାରିବାରୁ ସେ କହିଲେ ମାତାମତ ଦେବା ଇଚ୍ଛା ନାହିଁ କହିବା ପରେ ଖବର ବାହାର ନ କରିବା ପାଇଁ ଧମକ ଦେଇଛନ୍ତି। ସାନଖେମୁଣ୍ଡି ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀ କୁରେସୁ ସେଠୀ ଙ୍କୁ ପଚାରିବାରୁ ସେ କହିଲେ ଆସନ୍ତା ସମୋବାର ଦିନ ଏ,ବି,ଇ,ଓ ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି। ରିପୋର୍ଟ ଆସିବା ପରେ କାର୍ଯ୍ୟାନଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି।