ଏକାତ୍ମ ମାନବବାଦର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୬ ତମ ଜନ୍ମଜୟନ୍ତୀ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଏବଂ ନଗର ସଭାପତି ଚିତ୍ତରଂଜନ ପଣ୍ଡାଙ୍କ ପୌରହିତ୍ୟରେ ଭାରତୀୟ ଜନ ସଙ୍ଘର ପ୍ରଖର ରାଷ୍ଟ୍ରବାଦୀ ନେତା, ଏକାତ୍ମ ମାନବବାଦର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୦୬ ତମ ଜନ୍ମଜୟନ୍ତୀ ପାଳିତ ହାଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ପ୍ରଦୀପ ପ୍ରଜ୍ବଳନ କରି ଆରମ୍ଭ କରିବା ସହ ସମସ୍ତ ନେତୃବୃନ୍ଦ ପଣ୍ଡିତ ଦୀନଦୟାଲଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ନିଜର ଅଭିଭାଷଣରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ରାଷ୍ଟ୍ରର ନିଜସ୍ଵ ପରିଚୟ ତଥା ସମାଜର ଶେଷ ଧାଡ଼ିରେ ଥିବା ଲୋକଙ୍କର ସର୍ବାଙ୍ଗୀନ ବିକାଶ ବାବଦରେ ଗଭୀର ଭାବେ ଚିନ୍ତା କରିବା ଏବଂ ନିଜର ପ୍ରଖର ବିଚାର ଓ ବ୍ୟାପକ ଚିନ୍ତନ ମାଧ୍ୟମରେ ଖାଲି ରାଜନୀତି ନୁହେଁ ରାଷ୍ଟ୍ରନୀତିକୁ ନୂଆ ପରିଭାଷା ଦେଇଥିଲେ ବୋଲି ବ୍ୟକ୍ତ କରିଥିଲେ ।ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଏବଂ ଜୋନାଲ ମିଡ଼ିଆ କର୍ଡିନେଟର ସତ୍ୟଜିତ ମିଶ୍ର ନିଜର ଅଭିଭାଷଣରେ ପଣ୍ଡିତ ଦୀନଦୟାଲଙ୍କର ବ୍ୟକ୍ତିତ୍ଵ ରାଜନୈତିକ ସିଦ୍ଧାନ୍ତ ଏକାତ୍ମବାଦ ଦର୍ଶନକୁ ବ୍ୟାଖ୍ୟା କରିଥିଲେ । ଜନ୍ମଜୟନ୍ତୀ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।ପ୍ରଧାନମନ୍ତ୍ରୀ ମୋଦୀ ମନ କି ବାତ୍ କାର୍ଯ୍ୟକ୍ରମରେ ସମୁଦ୍ର ବେଳାଭୂମି ସ୍ଵଚ୍ଛତା ଅଭିଯାନରେ ସାମିଲ ହୋଇଥିବା ଓଡିଶା ସମେତ ଅନ୍ୟ ରାଜ୍ୟର ସ୍ଵେଚ୍ଛାସେବୀମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ୨୦୨୫ ସୁଦ୍ଧା ଭାରତ ବର୍ଷ ଟିବି ମୁକ୍ତ ହେବ ଏବଂ ଚଣ୍ଡିଗଡ ଏୟାରପୋର୍ଟ ସହୀଦ ଭଗତ ସିଂଙ୍କ ନାମରେ ନାମିତ ହେବ ବୋଲି ଘୋଷଣା କରିଛନ୍ତି ।ଏହା ମନ୍ କି ବାତ୍ ଶୁଣୁଥିବା ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିଥିଲା ।ମନ୍ କି ବାତ୍ ସମାପନ ହେବାପରେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଶୋଭନା ମହାନ୍ତି, ପର୍ଶୁରାମ ପରିଡ଼ା, ସୁସ୍ମିତା ପଣ୍ଡା, ଆଶିଷ ଘୋଷ, ପିଙ୍କି ପ୍ରଧାନ, ସିପ୍ରା ମହାପାତ୍ର, ଚନ୍ଦ୍ରବିନ୍ଦୁ ଦାସ, ମଦନ ମୋହନ ଦାସ ମହାପାତ୍ର, ଲକ୍ଷ୍ମୀକାନ୍ତ ବେହେରା, ଅରୂପ ଜେନା, ସୁବୋଧ ଚନ୍ଦ୍ର ପଣ୍ଡା, ବିପିନ ମାରାଣ୍ଡି, ସଞ୍ଜୀବ ପ୍ରଧାନ, ଦୁକୁଲ ଘଡେଇ, ମଣ୍ଟୁ ପେରିୱାଲ, ଯୋଗେନ୍ଦ୍ର ରଣା, ଅରବିନ୍ଦ ପାଲ, କମଲ ଲୋଚନ ଦାସ, ମଧୁଶ୍ରୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ଗଣମାଧ୍ୟମ ସହ ସଂଯୋଜକ ଅନିଲ କୁମାର ମହାନ୍ତି ପ୍ରେସ ବିବୃତି ମାଧ୍ୟମରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ