ବିଜେଡ଼ି ର କର୍ମୀ ସମ୍ମିଳନୀ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ନିକଟସ୍ଥ ମୋତି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। କାକଟପୁର ସରପଞ୍ଚ ଅଭୟ ସେଠୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉକ୍ତ କର୍ମୀ ବୈଠକ ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡା, ଯୁବ ବ୍ୟାପାର, ଗୃହ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ବ୍ଲକ ବିଜେଡ଼ି ସଭାପତି ପ୍ରାଣନାଥ ମଲ୍ଲିକ, ମନ୍ତ୍ରୀ ଙ୍କ ବ୍ଲକ ପ୍ରତିନିଧି ତଥା କାକଟପୁର ବ୍ଲକ ର ପୂର୍ବତନ ଅଧ୍ୟକ୍ଷ କବିରାଜ ବିଶ୍ବାଳ, ଯୁବନେତା ଦିଲୀପ କୁମାର ବରାଳ, ହିମାଂଶୁ ଭୁଷଣ ଦିକ୍ଷୀତ, ମାନସ ଦିକ୍ଷୀତ, ମହେନ୍ଦ୍ର ସ୍ଵାଇଁ ପ୍ରମୁଖ ଯୋଗଦାନ କରି କିପରି ତୃଣମୂଳ ସ୍ତର ରୁ ଦଳ କୁ ମଜଭୁତ କରାଯାଇ ପାରିବ ଓ ବିଜେଡି ସରକାର ର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କ ରେ ସାଧାରଣ ଲୋକ ମାନଙ୍କୁ ସଚେତନ କରିବାକୁ ପଡ଼ିବ ସେ ଦିଗରେ ବିଶେଷ ଭାବେ ଆଲୋଚନା ହୋଇଥିଲା। କାକଟପୁର ନିର୍ବାଚନ ମଣ୍ଡଳୀ ରେ ସରକାର ଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କିପରି ସମୟ ସୀମା ମଧ୍ୟରେ ଶେଷ କରାଯାଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ସମସ୍ତେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା।


