ବରଯାତ୍ରୀଙ୍କୁ ଗୋଡାଇ ଗୋଡାଇ ପିଟିଲେ କନ୍ୟାପକ୍ଷ

ଉତ୍ତରପ୍ରଦେଶର ବାଗପତରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି । ଥଣ୍ଡା ଖାଦ୍ୟ ଓ ଗୁଜବ ଖବର ପ୍ରଚାରକୁ କେନ୍ଦ୍ରକରି ବରଯାତ୍ରୀଙ୍କୁ ଗୋଡାଇ ଗୋଡାଇ ପିଟିଲେ କନ୍ୟାପକ୍ଷ । ଏଭଳି ଘଟଣା ଅଂଚଳରେ ବେଶ ଚାଞ୍ଚଲ୍ୟ ଖେଳାଇଦେଇଛି । ଗଣ୍ଡଗୋଳରେ ଦୁଇ ଗୋଷ୍ଠିର ମହିଳା ଦୁଇ ଜଣ ଆହାତ ହୋଇଥିବା ବେଳେ ୬ ଜଣ ଲୋକ ଆହାତ ହୋଇଛନ୍ତି । ମିଳିଥିବା ଖବର ଅନୁଯାୟୀ ବର ପକ୍ଷ ଥଣ୍ଡା ଖାଦ୍ୟ ପରଷା ଯାଇଥିବା ଖବର ରେ ପ୍ରଚାର କରିଥିବା ବେଳେ କେହି ଜଣେ ବିବାହ ନାଚ ସମୟରେ ଗଣ୍ଡଗୋଳ ହୋଇଥିବା ଗୁଜବ ପ୍ରଚାର କରିଥିଲେ ।ଏହା ପରେ କିଛି ଲୋକ ଖାଦ୍ୟ ଖାଇବାକୁ ମନା କରିଦେଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ଉଭୟ ପକ୍ଷରୁ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉଭୟ ପକ୍ଷର ବ୍ୟକ୍ତି ଆହାତ ହୋଇଛନ୍ତି । ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ