ଦୁଇ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ପ୍ରଦାନ କଲେ ଉପଜିଲ୍ଲାପାଳ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଇଞ୍ଚୋଳ ଗ୍ରାମର ଭିନ୍ନକ୍ଷମ ଗଣେଶ ସ୍ୱାଇଁ ଓ ପଞ୍ଚୁଗୋଛିଆ ଗ୍ରାମର ମଦନ ଜେନାଙ୍କୁ ଆନନ୍ଦପୁର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ଗୋଟିଏ ଗୋଟିଏ ଟ୍ରାଇସାଇଲେ ପ୍ରଦାନ କରିଛନ୍ତି । ଆଜି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ବିନିତା ବିଜୟିନୀ, ସିଡିପିଓ ସରସ୍ୱତୀ ସେଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ସେଠୀ ଗଣେଶ ସ୍ୱାଇଁଙ୍କୁ ଟ୍ରାଇସାଇକେଲ ସହିତ ଆଶା ବାଡି ପ୍ରଦାନ କରିଥିବାବେଳେ ମଦନ ଜେନାଙ୍କୁ ଟ୍ରାଇସାଇକେଲ ପ୍ରଦାନ କରିଥିଲେ । ଗଣେଶ ଜଣେ ଦିବ୍ୟାଙ୍ଗ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ତାଙ୍କୁ ସରକାରୀ ସ୍ତରରେ ଆଶାବାଡି କିମ୍ବା ଟ୍ରାଇସାଇକେଲ ମିଳି ନଥିଲା । ଫଳରେ ସେ କାଠରେ ଆଶାବାଡି ଟିଏ ତିଆରିକରି ଯାତାୟତ କରୁଥିଲେ । ଆଜି ଟ୍ରାଇସାଇକେଲ ଓ ଆଶାବାଡି ମିଳିବାପରେ ସେ ନିଜର ଖୁସିବ୍ୟକ୍ତ କରିବା ସହିତ ଅଧିକାରୀ ମାନଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି ।


