ପୁଅର ଚିତା ଜଳୁଥିବାବେଳେ ଟଳି ପଡିଲେ ବାପା
ହାଟଡ଼ିହି, (ବିକାଶ ବିଶ୍ୱାଳ):ପୁଅର ଚିତା ଜଳୁଥିବାବେଳେ ପୁଅର ଅକାଳ ବିୟୋଗ ସହିନପାରି ବାପା ମୃତୁ୍ୟବରଣ କରିବା ଘଟଣା ସମଗ୍ର ହାଟଡିହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ଖବରରୁ ଜଣାଯାଇଛି ଯେ ବାରିଗାଁ ଗ୍ରାମର ଅକ୍ଷୟ କୁମାର ଶଙ୍ଖୁଆ ବଲାଙ୍ଗିରରେ ଦୁଇ ପୁଅ ହିମାଶୁଂ (୨୦)ଓ କିଶୋରଙ୍କ ସହ ମିଶି କାମଦାମ କରି ଆସୁଥିଲେ । ଗତ ମଙ୍ଗଳବାର ଦିନ ବାପ ପୁଅ ତିନିହେଁ ଏକ ଟ୍ରକ ଦୁର୍ଘଟଣାର ଶୀକାର ହୋଇଥିବାବେଳେ ବାପ ଓ ସାନପୁଅ ଦୁହେଁ ଅଳ୍ପକେ ବର୍ତ୍ତି ଯାଇଥିବାବେଳେ ହିମାଶୁଂର ମୃତୁ୍ୟ ଘଟିଥିଲା । ଗତକାଲି ହିମାଶୁଂର ମରଶରୀରକୁ ଗାଁକୁ ଅଣାଯାଇ ଶେଷ କୃତ୍ତ୍ୟ ସମ୍ପର୍ଣ୍ଣ କରାଯାଉଥିବାବେଳେ ହଠାତ ଅକସ୍ମାତ ଅକ୍ଷୟ ଗୁରୁତର ଅସୁସ୍ଥ ହୋଇ ଟଳିପଡିଥିଲେ । ତାଙ୍କୁ ପ୍ରଥମେ ଆଗରପଡା ଓ ସେଠାରୁ ଭଦ୍ରକ ପରେ କଟକ ନିଆଯାଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଶେଷକରି ସେହି ଦୁର୍ଘଟଣା ସମୟରେ ଅକ୍ଷୟଙ୍କ ମୁଣ୍ଡ ଭିତରେ ମାଡ ହୋଇ ରକ୍ତ ଜମାଟ ବାନ୍ଧି ଯାଇଥିବା ଯୋଗୁଁ ଏପରି ହୋଇଥିବା ଡାକ୍ତରମାନେ ସନେ୍ଦହ କରିଥିଲେ । ପୁଅର ଚିତା ଲିଭି ନଥିବାବେଳେ ବାପର ମୃତୁ୍ୟ ହେବା ଘଟଣା ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।


