ମହେନ୍ଦ୍ରଗିରିରେ ବେଆଇନ ଟିକସ ଆଦାୟ ନେଇ ଜନ ଅସନ୍ତୋଷ ବୃଦ୍ଧି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଓଡ଼ିଶାର ହିମାଳୟ, ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଗଜପତି ଜିଲ୍ଲାରେ ଅବସ୍ଥିତ. ଏଠାରେ ବହୁ ପୁରାତନ ପଞ୍ଚୁ ପାଣ୍ଡଵଙ୍କ ମନ୍ଦିର ସମେତ ମହାଦେବ, କୁନ୍ତି ଆଦି ମନ୍ଦିର ରହିଛି. ସମୁଦ୍ର ପତ୍ତନ ଠାରୁ ବହୁ ଉଚ୍ଚରେ ମହେନ୍ଦ୍ରଗିରି ରହିଛି. ପ୍ରାକୃତିକ ସୌନ୍ଦର୍ଯ୍ୟଭରା, ସବୁଜିମା ପାହାଡ଼ ବଣ, ଛୋଟ ବଡ଼ ଝରଣା, ବିଭିନ୍ନ ଜଙ୍ଗଲ ଆଦିରେ ପରିପୂର୍ଣ୍ଣ ମହେନ୍ଦ୍ରଗିରି ଶୋଭା ଅତ୍ୟନ୍ତ ମନଲୋଭା. ମହେନ୍ଦ୍ରଗିରି ଠାରେ ପ୍ରତେକ ଦିନ ଯେକୌଣସି ପରିଦର୍ଶକ ଗଲେ ସେଠାରେ ବର୍ଷର ସମସ୍ତ ଋତୁକୁ ଅନୁଭବ କରିଥାନ୍ତି. ଏହି ସମସ୍ତ କାରଣରୁ ଓଡ଼ିଶା ସମେତ ପଡୋଶୀ ପଡୋଶୀ ଆନ୍ଧ୍ରରୁ ବହୁ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି. ହେଲେ ମହେନ୍ଦ୍ରଗିରିକୁ ଯିବାବେଳେ ଇକୋ ଡେଭଲପମେଣ୍ଟ କମିଟି ଦ୍ୱାରା ବେଆଇନ ଟିକସ ଆଦୟ ନେଇ ପର୍ଯ୍ୟଟକ ଓ ଅଞ୍ଚଳବାସୀଙ୍କ ଠାରେ ଅସନ୍ତୋଷ ବୃଦ୍ଧି ପାଇଛି. ରାଜ୍ୟରେ ଯାନବାହନ ପାର୍କିଂ ବ୍ୟବସ୍ଥାରେ ବହୁ ଅବ୍ୟବସ୍ଥା ଦେଖାଯାଉଛି. ଅନେକ ସ୍ଥାନରେ ବେଆଇନ ଭାବେ ଟିକସ ଆଦାୟ କରି ନିରୀହ ଅଞ୍ଚଳବାସୀଙ୍କ ଉପରେ ତାଙ୍କର ଆଧିପତ୍ୟ ଜାହିର କରୁଛନ୍ତି. ଯାହା ବେନିୟମ ଟିକସ ଆଧାରରେ ପରିଗଣିତ ହେଉଛି. ଏହି ଘଟଣା ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରିକୁ ଯିବା ପାଇଁ ବୁରୁଖତ ଛକ ଠାରେ ଗାଡି ପାର୍କିଂ ଟିକସ ଆଦାୟ ପାଇଁ ଦାବି ହୋଇଥିବାର ଜଣାପଡିଛି. ସୂଚନାଯୋଗ୍ୟଯେ, ମହେନ୍ଦ୍ରଗିରିକୁ ଯିବା ପାଇଁ ଏଠାରେ ବିଭିନ୍ନ ଯାନବାହନ ପାର୍କିଂ କରିବା ଲାଗି ବ୍ୟବସ୍ଥା ରହିଛି. ଟିକସ ଆଦାୟ ପାଇଁ କଇଁପୁର ଗ୍ରାମପଞ୍ଚାୟତକୁ ଅନୁମତି ଦେବାକୁ ଦାବି କରିଛନ୍ତି. ଏହାସହ ବନବିଭାଗ ଦ୍ୱାରା ବର୍ତ୍ତମାନ ବି ଟିକସ ଆଦାୟକୁ ବିରୋଧ କରିଛନ୍ତି ଅଞ୍ଚଳବାସୀ.ପ୍ରକାଶଯୋଗ୍ୟ, ଏନେଇ କଇଁପୁର ଠାରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳଙ୍କ ମିଳିତ ଜନଅଭିଯୋଗ ଶୁଣାଣି ଶିବିରରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଉଦ୍ୟେଶରେ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରାଯାଇଥିଲା. ଅଞ୍ଚଳବାସୀଙ୍କ ଅଭିଯୋଗ ଶୁଣିଵା ପରେ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିବା ସହ ଏନେଇ ସେ ରାୟଗଡ ବିଡ଼ିଓ ଓ ତହସିଲଦାରଙ୍କୁ ତୁରନ୍ତ ପଦକ୍ଷେପ ପାଇଁ ନିର୍ଦେଶ ଦେଇଥିଲେ. ହେଲେ ୨ ଦିନ ବିତିଗଲାଣି, ବ୍ଲକ ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନାହିଁ. ଅଞ୍ଚଳବାସୀଙ୍କ କହିବା ଅନୁସାରେ ବନ ବିଭାଗ ଦ୍ୱାରା ଇକୋ ଡେଭଲପମେଣ୍ଟ କମିଟି ଗଠନ କରି ଗାଡି ପାର୍କିଂ ଟିକସ ଆଦାୟ ପୂର୍ବରୁ ହୋଇଥିଲା. ପରେ ଏହି କମିଟିକୁ ଟିକସ ଆଦାୟରୁ ନିବୃତ୍ତ ରହିବା ପାଇଁ ନିର୍ଦେଶନାମା ଜାରୀ ହୋଇଛି. ହେଲେ ବର୍ତ୍ତମାନ ମଧ୍ୟ ଏହି ବିଭାଗ ଦ୍ୱାରା ଏକ ଟିକସ ଟୋକନ ପ୍ରଦାନ କରାଯାଇ ଟଙ୍କା ଆଦାୟ କରାଯାଉଛି. ଯାହାକି ଏହା ବେନିୟମ ବୋଲି ଅଞ୍ଚଳବାସୀ ଜଣାଇଛନ୍ତି. ଆହୁରି ମଧ୍ୟ କହିଛନ୍ତି କେତେକ ବ୍ୟକ୍ତି ନିଜର ସ୍ୱାର୍ଥ ସାଧନ ପାଇଁ ପୁରୁଣା ଟୋକାନ ଦେଇ ଟିକସ ଆଦାୟ କରୁଛନ୍ତି. ଯାହାକି ସରକାରଙ୍କ ଖାତାକୁ ଯାଉନାହିଁ କି ସମାଜର କୌଣସି ଆର୍ଥିକ ସହାୟତା କାର୍ଯ୍ୟରେ ଲାଗୁନାହିଁ. ଯଦି କଇଁପୁର ପଞ୍ଚାୟତକୁ ଟିକସ ଆଦାୟ ପାଇଁ ଅନୁମତି ଦିଆଯାଏ, ତେବେ ଆଦାୟ ହେଉଥିବା ସମସ୍ତ ଟିକସ ଅର୍ଥ ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବିନିଯୋଗ ହୋଇପାରିବ ବୋଲି ଅନୁରୋଧ କରିଛନ୍ତି.ଅନ୍ୟପକ୍ଷରେ ରାୟଗଡ ତହସିଲଦାର ଲୀଳାବତୀ ଆଚାର୍ଯ୍ୟ କହିଛନ୍ତିଯେ କଇଁପୁର ପଞ୍ଚାୟତବାସୀଙ୍କ ଅଭିଯୋଗ ଅନୁଯାୟୀ, ଜିଲ୍ଲାପାଳ ରାୟଗଡ ବିଡ଼ିଓଙ୍କୁ ଏକ ବୈଠକ କରି ସମସ୍ୟାର ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିବାର ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ