କୋଟଗଡ ବନାଞ୍ଚଳ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବନାଞ୍ଚଳ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଯାଇଛି l ଏହି ଉତ୍ସବରେ ୱାଇଲଡ ଲାଇଫ ୱାର୍ଡେନ ତଥା ବରିଷ୍ଠ ଆଇନଜୀବି କୌଶିକ ଚନ୍ଦ୍ର ସାହୁ, ବାଲିଗୁଡା ଏସିଏଫ ସୌମ୍ୟରଞ୍ଜନ ସାହୁ, ଏବିଡିଓ, ପୋଲିସ ଷ୍ଟାଫ ଏବଂ ଡିଭିଜନରେ ଥିବା ସମସ୍ତ ରେଞ୍ଜ ଅଫିସର ଉପସ୍ଥିତ ରହି ହାତୀର ସୁରକ୍ଷା ଏବଂ ଶିକାରି ବିଷୟ ରେ ଜାଣିବାକୁ ପାଇଲେ ତୁରନ୍ତ ନିକଟସ୍ଥ ବନବିଭାଗ କୁ ଜଣାଇବାକୁ କହିଥିଲେ l ଏହି ବନଖଣ୍ଡ ଅଞ୍ଚଳର ପ୍ରତ୍ୟେକ ପଞ୍ଚାୟତରେ “ହାତୀ ସାଥି” ନାମକ ଏକ ପଦବୀ ରଖି କେମିତି ହାତୀର ସୁରକ୍ଷା ରେ ସହାଭାଗିତା ରେ ଉଚିତ ପଦକ୍ଷପ ନେଇ ହେବ ତାହା ସ୍ଥିର କରାଯାଇଛି l ପରେ ପରେ ଏକ ଭିନ୍ନ ପଦକ୍ଷେପ ନେଇ ପଥପ୍ରାନ୍ତ ନାଟକ ମାଧ୍ୟମରେ ହାତୀ ସମେତ ସମସ୍ତ ବନ୍ୟପ୍ରାଣୀଙ୍କ ର କିପରି ସୁରକ୍ଷା କରାଯାଇପାରିବ ଓ ଗାଁ ଲୋକଙ୍କ ମନରେ ସଚେତନତାର ବାର୍ତ୍ତା ପହଞ୍ଚାଇବା ନେଇ ଏକ ଜନସଚେତନତା ପଦଯାତ୍ରା କରାଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ