ଡ୍ରାଇଭର ମହାସଂଘ ର ସାଧାରଣ ଅଧିବେଶନ

ନିମାପଡ଼ା, (ସନ୍ତୋଷ ଦାଶ):ଓଡିଶା ରାଜ୍ୟ ଡ୍ରାଇଭର ମହାସଂଘର ଆହ୍ୱାନ କ୍ରମେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଡ୍ରାଇଭର ମହାସଂଘ ର ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସର ରେ ଅସ୍ତରଙ୍ଗ ହାଇସ୍କୁଲ ଛକ ନିକଟରେ ମହାସଂଘ ର ନୂତନ ଗୃହ ଉଦଘାଟନ ହୋଇଥିଲା।ଆୟୋଜିତ ଅଧିବେଶନ ରେ ମୁଖ୍ୟ ଅତିଥି ଭାବେ ପୁରୀ ଜିଲ୍ଲା ସଂଘ ସଭାପତି ସମରେନ୍ଦ୍ର ମହାପାତ୍ର, ନିମାପଡା ବ୍ଲକ ସଂଘ ସଭାପତି ମାନସ ରଞ୍ଜନ ବାରିକ, ଅସ୍ତରଙ୍ଗ ବ୍ଲକ ସଂଘ ସଭାପତି କୃପାସିନ୍ଧୁ ବସ୍ତିଆ, ମାନସ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ । ଡ୍ରାଇଭର ଙ୍କ ବିଭିନ୍ନ ସମସ୍ୟା, ପ୍ରତିକାର, ସେମାନଂକୁ ଠିକ ପ୍ରାପ୍ୟ ଦେବା ଏବଂ ସୁରକ୍ଷା ପ୍ରଦାନ ଦିଗରେ ଅତିଥି ମାନେ ଗୁରୁତ୍ୱରୋପ କରିଥିଲେ। ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରାଯିବା, ଗାଡି ଚାଳନା ବେଳେ ମୃତ୍ୟୁ ବରଣ କଲେ ୨୦ ଲକ୍ଷ ଟଙ୍କା ବୀମା ସହାୟତା, ଆହତ ଡ୍ରାଇଭର ଙ୍କୁ ପାଞ୍ଚ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ସଂଘ ପକ୍ଷରୁ ସରକାର ଙ୍କ ନିକଟରେ ଦାବୀ କରାଯାଇ ଥିଲା। ଏହି ଅଧିବେଶନ ରେ ପୁରୀ ଜିଲ୍ଲା ଏଗାର ବ୍ଲକ ସଂଘ ସଭାପତି ଙ୍କ ସହ ବିଭିନ୍ନ ବ୍ଲକ ର ଡ୍ରାଇଭର ମାନେ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ