ପୂର୍ବତନ ମନ୍ତ୍ରୀ କେନ୍ଦ୍ରାପଡାର ବରପୁତ୍ର ସୂର୍ଗତ ଦୀନବନ୍ଧୁ ସାହୁଙ୍କ ୪୨ତମ ଶ୍ରାଦ୍ଧ ଦିବସ ପାଳିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ବରପୁତ୍ର, ଓଡିଶାର ପୂର୍ବତନ ଶିଳ୍ପ,କୃଷି ଓ ଆଇନ ମନ୍ତ୍ରୀ, ବିଶିଷ୍ଟ ଆଇନଜୀବି ତଥା ପୂର୍ବତନ ଆଡଭୋକେଟ ଜେନେରାଲ ସୂର୍ଗତ ଦୀନବନ୍ଧୁ ସାହୁ କେନ୍ଦ୍ରାପଡା ଜିଲ୍ଲାର ସାମୁହିକ ବିକାଶ କରିଥିଲେ । ସେ କେନ୍ଦ୍ରାପଡା ମହାବିଦ୍ୟାଳୟର ପ୍ରତିଷ୍ଠାତା ଥିଲେ । ତାଙ୍କ ରାଜନୈତିକ ଜୀବନରେ କେନ୍ଦ୍ରାପଡା ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ଜଳସେଚନର ସୁବିଧା କରିବା ସହ କେନ୍ଦ୍ରାପଡାରେ ଶିଳ୍ପାଞ୍ଚଳ, ବଳଦେବଜୀଉ ପାୱାରଲୁମ, ବିଚାର ବିଭାଗରେ ନୂତନ କୋର୍ଟ ପ୍ରତିଷ୍ଠା ଓ ଅଗ୍ନିଶମ କେନ୍ଦ୍ର ପ୍ରତିଷ୍ଠା କରିବା ସହ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ସେ କରିଥିଲେ । ସେ ସମୟରେ କୃଷିର ଉନ୍ନତି ପାଇଁ ଜଜାଙ୍ଗ ଠାରେ ଝୋଟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ସହ କେନ୍ଦ୍ରାପଡାରେ ଇଞ୍ଜିନିଅରିଂ ସ୍କୁଲ ପ୍ରତିଷ୍ଠା କରିଥିଲେ । ପରବର୍ତ୍ତି ସମୟରେ ରାଜନୈତିକ ଇଛାଶକ୍ତି ଅଭାବରୁ ସେହି ଇଞ୍ଜିନିଅରିଂ ସ୍କୁଲଟି କେନ୍ଦ୍ରାପଡାରୁ ଅନ୍ୟତ୍ର ଉଠିଯାଇଥିଲା । ପରେ ତାଙ୍କରି ଉଦ୍ୟମରେ ଇଞ୍ଜିନିଅରିଂ ସ୍କୁଲର ସମସ୍ତ କୋଠାବାଡି ଓ ଭୂସମ୍ପତିକୁ କେନ୍ଦ୍ରାପଡା ମହାବିଦ୍ୟାଳୟକୁ ରାଜ୍ୟ ସରକାର ହସ୍ତାନ୍ତର କରିଥିଲେ । ସେ ଓକିଲାତି ଜୀବନରେ ସ୍ୱାଧୀନତା ସଂଗ୍ରାମ ସମୟରେ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରଜା ଆନ୍ଦୋଳନ ନେତାଙ୍କ ବିରୋଧରେ ହୋଇଥିବା ମିଥ୍ୟା ମୋକଦ୍ଦମାରେ ସେମାନଙ୍କ ପାଇଁ ଅଦାଲତରେ ବିନା ପାରିଶ୍ରମିକରେ ଲଢି ନ୍ୟାୟଦେବାରେ ସହାୟକ ହୋଇଥିଲେ । ଏଥିସହିତ ସେ ଜଣେ ଦରଦୀ ଓ ଭଗବତପ୍ରେମୀ ଭାବରେ ବେଶ ଲୋକପ୍ରିୟ ଥିବାର ସୂର୍ଗତ ସାହୁଙ୍କ ୪୨ତମ ଶ୍ରାଦ୍ଧୋତ୍ସବ ଅବସରରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଥିଲେ । କେନ୍ଦ୍ରାପଡା ସହରର ମୀରପାଟଣା ଗ୍ରାମରେ ଗତ ୧୯୧୦ମସିହା ଅକ୍ଟୋବରମାସ ୧୦ତାରିଖରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ସାହୁଙ୍କର ଗତ ୧୯୮୦ମସିହା ଅକ୍ଟୋବରମାସ ୭ତାରିଖରେ ତିରୋଧନ ହୋଇଥିଲା । ଆଜି ତାଙ୍କ ଶ୍ରାଦ୍ଧଦିବସ ଅବସରରେ କେନ୍ଦ୍ରାପଡା ତହସିଲ କାର୍ଯ୍ୟାଳୟ ନିକଟରେ ସ୍ଥାପିତ ସୂର୍ଗତ ସାହୁଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ଏହି ଉପଲକ୍ଷେ ପୂର୍ବତନ ପୈାରାଧ୍ୟକ୍ଷ ଧିରେନ କୁମାର ସାହୁଙ୍କ ଆବାହକତ୍ୱରେ ଏବଂ ପ୍ରାଧ୍ୟାପକ ନନ୍ଦ କିଶୋର ପରିଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଅଧ୍ୟାପକ ଅଜୟ କୁମାର ସାମଲ, ସାହିତ୍ୟିକ ଡଃ. ବାସୁଦେବ ଦାସ, ଜିଲ୍ଲା ଓକିଲ ସଙ୍ଘର ପ୍ରାକ୍ତନ ସଭାପତି ସରୋଜରାଜ ସିଂ, ଜିଲ୍ଲା ପରିଷଦ ସଭାପତି ଗିତାଞ୍ଜଳୀ ସେଠୀ, ନଗରପାଳ ସରିତା ସାହୁ, ଜିଲ୍ଲା ବିଜେଡି ସଭାପତି ଉତ୍କଳକେଶରୀ ପରିଡା, ଡଃ. ଗଦାଧର ମଲ୍ଲିକ, ଇଂ ମୂରଲୀଧର ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରି ବକ୍ତବ୍ୟ ରଖିଥିଲେ । କେନ୍ଦ୍ରାପଡା ମହାବିଦ୍ୟାଳୟକୁ ଏକ ଗ୍ରାମ୍ୟ ବିଶ୍ୱବିଦ୍ୟାଳୟରେ ପରଣତ କରିବାକୁ ସ୍ୱର୍ଗତ ସାହୁଙ୍କର ଥିବା ସ୍ୱପ୍ନକୁ ସାକାର କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିମନ୍ତେ ଅତିଥିମାନେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ କେନ୍ଦ୍ରାପଡା କଲେଜ ଅଧ୍ୟକ୍ଷ ଡଃ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ, ପ୍ରାକ୍ତନ ନଗରପାଳ ମହମ୍ମଦ ଆକବର ଅଲ୍ଲୀ, ପୂର୍ବତନ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ନଗର ବିଜେଡି ସଭାପତି ଯଯାତିକେଶରୀ ମହାନ୍ତି, ବିଜୟ ପତି, ଆଇନଜୀବିି ଅଧିକାରୀ ପ୍ରଭାତ ଦାସ, ଦେବଦାସ ମହାନ୍ତି, ରମଣୀରଞ୍ଜନ ରାଉତରାୟ, ବିଜୟ ପରିଡା, ପ୍ରମୋଦ ସାହୁ, ପ୍ରଦୀପ୍ତ ମହାନ୍ତି, ରେବତୀରମଣ ଦାସ, କାଉନସିଲର ପ୍ରଦୀପ କୁମାର ଜେନା, ପୂର୍ବତନ କାଉନସିଲର ହିରଣ୍ୟ କୁମାର ପଣ୍ଡା, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ମୁକ୍ତାର ଖାଁ, ରଞ୍ଜିତ ସାହୁ, ବିପଦଭଞ୍ଜନ ଦାସ, ଶ୍ରୀକାନ୍ତ ପଣ୍ଡା, ଗୟାଧର ଧଳ, ଶୁକଦେବ ସାହୁ, ଶୁକଦେବ ଦାସ, ଦେବେନ୍ଦ୍ର ରାଉତ, ପ୍ରଦିପ ନାୟକ, ଶକ୍ତିକାନ୍ତ ପାତ୍ର, ଦୀପକ ପୃଷ୍ଟି, ଜୟନ୍ତ ଦାସ, ରଘୁନାଥ ପରିଡା, ଶୁଭାଂଶୁ ଦାସ, ରଞ୍ଜନ ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।